ବନ୍ଧା ହେଲେ ଇଣ୍ଡିଆନ୍ ଆଇଡ଼ଲର ଆଦିତ୍ୟ ନାରାୟଣ !
ବନ୍ଧା ହେଲେ ଇଣ୍ଡିଆନ୍ ଆଇଡ଼ଲର ଆଦିତ୍ୟ ନାରାୟଣ !
ଆଜିକାଲି ରିଏଲିଟି ଶୋ’ର ପ୍ରଚାର ଭିନ୍ନ ଭାବରେ କରାଯାଉଛି । ନିକଟରେ ଇଣ୍ଡିଆନ୍ ଆଇଡ଼ଲର ବିଜ୍ଞାପନ ଟିଭିରେ ପ୍ରସାରିତ ହେଲା । ସେଥିରେ ଉପସ୍ଥାପକ ଆଦିତ୍ୟ ନାରାୟଣଙ୍କ ମୁହଁ ଓ ହାତକୁ ବାନ୍ଧି ଦିଆଯାଇଥିବା ଦେଖାଗଲା । ଆଦିତ୍ୟ ଷ୍ଟେଜକୁ ପ୍ରବେଶ କରିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କିଛି ସମୟ ପରେ ବୁଝାପଡ଼ିଲା ଯେ ଭାଗ ନେଇଥିବା ପ୍ରତିଦ୍ୱନ୍ଦୀମାନେ ଆଦିତ୍ୟଙ୍କର ଏଭଳି ଅବସ୍ଥା କରିଛନ୍ତି । ମୁହଁ, ହାତ ବନ୍ଧା ତାଙ୍କ ରୂପ ଦେଖି ବିଚାରକମାନେ ଜୋରରେ ହସିଥିଲେ । ରିଏଲିଟି ଶୋ’ର ଏକ ଭିନ୍ନ ଢ଼ଙ୍ଗରେ ପ୍ରଚାର ପାଇଁ ପ୍ରଯୋଜକ ଦଳ ଏମିତି ନିଷ୍ପତ୍ତି ନେଇଥିବା କହିଛନ୍ତି ।




admin 