ଇନସୁରାନ୍ସ ଓ ପଲୁ୍ୟସନ ଦେଖୁନୁ: ସିପି

ଇନସୁରାନ୍ସ ଓ ପଲୁ୍ୟସନ ଦେଖୁନୁ: ସିପି

ଇନସୁରାନ୍ସ ଓ ପଲୁ୍ୟସନ ଦେଖୁନୁ: ସିପି
ଭୁବନେଶ୍ୱର: ୧ରୁ ଦେଶବ୍ୟାପୀ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ନୂଆ ଆଇନ କାର୍ଯ୍ୟକାରୀ ହେବା ପରେ ଚାରିଆଡେ଼ ଚାଲିଛି ଧରପଗଡ଼ । ଆଇନ ଭାଙ୍ଗିଲେ ଆଦାୟ ହେଉଛି ୧୦ ଗୁଣ ଅଧିକ ଜୋରିମାନା । ଇଚ୍ଛା ନଥିଲେ ବି ଲୋକେ ତଣ୍ଡ ଗଣିବାକୁ ବାଧ୍ୟ ହେଉଛନ୍ତି । ଏହି ସଂଶୋଧିତ ମୋଟର ଯାନ ଆଇନ ବିରୋଧରେ ଉଠିଲାଣି ବିରୋଧର ସ୍ୱର । ଏପରିକି ଲୋକଙ୍କ ଭିତରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଆଜି ଭୁବନେଶ୍ୱରସ୍ଥ ରାଜମହଲ ଛକରେ ବିସ୍ଫୋରଣ ହୋଇଛି । ତେବେ ଏହି ଘଟଣା ପରେ ପୁଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ଏବେ ଇନସୁରାନ୍ସ ଓ ପଲୁ୍ୟସନ ଦେଖୁନାହୁଁ । ଏବେ ଆମେ କେବଳ ୫ଟି ଗଫଲତି ଦେଖି ଜୋରିମାନା କରୁଛୁ । ତାହା ହେଲା- ୧- ବାଇକରେ ୩ଜଣଙ୍କୁ ନେଲେ ୨- ହେଲମେଟ ପିନ୍ଧିନଥିଲେ ୩- ମଦ ପିଇ ଗାଡ଼ି ଚଳାଉଥିଲେ ୪- ମୋବାଇଲରେ ଗପୁଥିଲେ ୫- ରାସ୍ତାର ଭୁଲ ସାଇଡରେ ଗଲେ ଏମିତି ୫ଟି ଭୁଲ ପାଇଁ ଜୋରିମାନା ଆଦାୟ କରାଯାଉଛି । ଇନସୁରାନ୍ସ ଓ ପଲୁ୍ୟସନ ଏବେ ଦେଖାଯାଉନାହିଁ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ଖାଲି ସେତିକି ନୁହେଁ ପରିବହନ ବିଭାଗ ସହ ଆମେ କଥା ହୋଇଛୁ । ଆଇନ ଉଲ୍ଲଂଘନ କରୁଥିବା ପୁଲିସ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପ୍ରକାଶ ଯେ, ପୁଲିସ ଅନ୍ୟମାନଙ୍କ ଗାଡ଼ି ଯାଞ୍ଚ କରି କାଗଜପତ୍ର ମାଗୁଥିବାବେଳେ ଶନିବାର ଉତ୍ତ୍ୟେକ୍ତ ଲୋକେ ଭୁବନେଶ୍ୱରସ୍ଥ ରାଜମହଲ ଛକରେ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଥିଲେ । ଖାଲି ଅଟକାଇ ନାହାନ୍ତି ସେମାନଙ୍କୁ ଗାଡ଼ିର କାଗଜପତ୍ର ବି ମାଗିଥିଳେ । ଯାହାକୁ ନେଇ ହୋହାଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା । ରାଜମହଲ ଛକ ଏବେ ଏକ ରଣକ୍ଷେତ୍ର ପାଲଟିଯାଇଥିଲା । ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକେ ତାତିଥିଲେ । ପୁଲିସ ଗାଡ଼ି ସହ ୩ଟି ଗାଡ଼ିର କାଗଜପତ୍ର ଠିକ ନଥିବା ଅଭିଯୋଗ କରି ଲୋକେ ହୋହାଲ୍ଲା କରିଥିଲେ । ରାଜମହଲ ଛକରେ ୩ଟି ଗାଡ଼ି ଅଟକାଇ ଲୋକେ ହୋହାଲ୍ଲା କରିଥିଲେ । ରାସ୍ତା ଉପରେ ଗାଡ଼ି ଅଟକାଇବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଜନସାଧାରଣ ମୋ ବସ, ବିଏମସି ଗାଡ଼ି ଓ ପୁଲିସ ଗାଡ଼ି ଅଟକାଇଥିଲେ । ମୋ ବସ ଓଭରଲୋଡ ଓ ଚାଳକ ସିଟ ବେଲ୍ଟ ବାନ୍ଧିନଥିବା ଅଭିଯୋଗ କରିଥିଲେ । ବିଏମସି ଗାଡ଼ି ଓ ପୁଲିସ ଭ୍ୟାନର କାଗଜପତ୍ର ନଥିବା ଅଭିଯୋଗ କରିଥିଲେ ଲୋକେ । ଲୋକଙ୍କ ଆକ୍ରୋଶ ଦେଖି ବିଏମସି ଗାଡ଼ି ଛାଡ଼ି ଚାଳକ ଚମ୍ପଟ ମାରିଥିଲେ । ଯାହାକୁ ନେଇ ପୁଲିସ ଲାଠି ଚାର୍ଜ କରିଥିଲା ।