ପ୍ରଫୁଲ୍ଲ କର ଆଉ ନାହାନ୍ତି

ପ୍ରଫୁଲ୍ଲ କର ଆଉ ନାହାନ୍ତି

ପ୍ରଫୁଲ୍ଲ କର ଆଉ ନାହାନ୍ତି

ଭୁବନେଶ୍ୱର: ସଙ୍ଗୀତ ଜଗତ ପାଇଁ  ଦୁଃଖଦ ଖବର । ଆଉ ନାହାନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର। ରବିବାର ରାତିରେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ସଂଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା । ସେ ଜଣେ ସୁନାମଧନ୍ୟ ସଙ୍ଗୀତଜ୍ଞ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ସେ ସଙ୍ଗୀତ ନିଦେ୍ର୍ଧଶନା ଦେବା ସହିତ ପ୍ରାୟ ୭୦ଟି ଓଡିଆ ଫିଲ୍ମରେ ଗାୟକ ଭାବେ କାମ କରିଥିଲେ । ଏହା ସହିତ ୪ଟି ବଙ୍ଗଳା ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ତିଆରି କରିଥିଲେ ।

ତାଙ୍କ ବିୟୋଗରେ ଓଡିଶା ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏଭଳି କିମ୍ବଦନ୍ତୀ ସଙ୍ଗୀତଜ୍ଞଙ୍କୁ ହରାଇଥିବାରୁ ଓଡିଶା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।