ଅନ୍ତର୍ଜାତୀୟ ପୁରସ୍କାର ରେସରେ କେୱାନ ଲାଇଭର ଓଡ଼ିଆ ସର୍ଟ ଫିଲ୍ମ ‘ବଫିନ’

ଅନ୍ତର୍ଜାତୀୟ ପୁରସ୍କାର ରେସରେ କେୱାନ ଲାଇଭର ଓଡ଼ିଆ ସର୍ଟ ଫିଲ୍ମ ‘ବଫିନ’

ଅନ୍ତର୍ଜାତୀୟ ପୁରସ୍କାର ରେସରେ କେୱାନ ଲାଇଭର ଓଡ଼ିଆ ସର୍ଟ ଫିଲ୍ମ ‘ବଫିନ’

ଭୁବନେଶ୍ୱର : ଓଡ଼ିଶା କଳାଜଗତ ପାଇଁ ଏକ ଭଲ ଖବର  । ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଲିଫ୍ଟ ଅଫ ଫିଲ୍ମ ମେକର ସେସନ ପାଇଁ ଅଫିସିଆଲ ଭାବେ ଚୟନ ହୋଇଛି ଓଡ଼ିଆ ସର୍ଟ ଫିଲ୍ମ ‘ବଫିନ୍‌’  । ଆସନ୍ତା ୧୮ରୁ ୩୦ ପର୍ଯ୍ୟନ୍ତ ଅନଲାଇନରେ ଏହି ସିନେମାର ସ୍କ୍ରିନିଂ ହେବ ବୋଲି କେ୧ ଏଣ୍ଟରଟେନମେଣ୍ଟ ପକ୍ଷରୁ କୁହାଯାଇଛି  ।

କେ ୱାନ ଏଣ୍ଟରଟେନମେଣ୍ଟ ଏହି କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଯୋଜନା କରିଛି  । ପାର୍ଥ ସାରଥି ରାୟଙ୍କ ବଳିଷ୍ଠ ଅଭିନୟ ଓ ରାଜେନ୍ଦ୍ର ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ସର୍ଟ ଫିଲ୍ମଟି ଗତିଶୀଳ ହୋଇଛି  । ଏହାର କାହାଣୀ ଲେଖିଛନ୍ତି ମୃତ୍ୟୁଞ୍ଜୟ ବେହେରା  । 

କାହାଣୀଟି ଏମିତି, ମଣିଷ ମୁକ୍ତ ବିହଙ୍ଗ ଭଳି ବଞ୍ଚିବାକୁ ଚାହେଁ  । କିନ୍ତୁ ବଞ୍ଚିପାରେନା  । ଧାଁ ଧଉଡ଼ ଜୀବନ, କୋଳାହଳମୟ ପରିବେଶ ଭିତରେ ସେ ଶାନ୍ତି ଖୋଜିଲେ ବି ପାଏନା  । ଯେଉଁ ପ୍ରକୃତି ତା’ କୋଳରେ ଆମ ପାଇଁ ଆନନ୍ଦର ପସରା ମେଲିଦେଇଛି, ସେଇ ପ୍ରକୃତିକୁ ବିକାଶ ଆଳରେ ଆମେ ଖିନଭିନ କରିଚାଲିଛୁ  । ପକ୍ଷୀଙ୍କର କଳରବ, ସବୁଜିମା ଘେରା ଶାନ୍ତ ସୁନ୍ଦର ପରିବେଶ ସତେଯେମିତି ଆମ ପାଇଁ ସାତସପନ  । ହେଲେ କରୋନା କିନ୍ତୁ ଏହି ସପନକୁ ସତ କରିଦେଇଥିଲା  । ଲକଡାଉନ କାରଣରୁ ଅଖ ଚକ ବନ୍ଦ ହୋଇଯାଇଥିଲା  । ନଥିଲା ଲୋକଙ୍କ କୋଳାହଳ, ସତେଯେମତି ପ୍ରକୃତି ତା’ର ପ୍ରକୃତ ରୂପ ଫେରିପାଇଥିଲା  ।   ସମାଜର ବଡ଼ବଡ଼ିଆଙ୍କ ତାଡ଼ନାରେ ଜଣେ ବିପ୍ଲବୀ କିଭଳି ପାଗଳ ହୋଇଯାଇଛି, କରୋନା ପରବର୍ତ୍ତୀ ସମୟରେ ପ୍ରକୃତିର ଦୃଶ୍ୟ ଦେଖି ବିମୋହିତ ହୋଇଛି ଓ ସମାଜ ଏବଂ ପ୍ରକୃତିକୁ ଖିନଭିନ କରୁଥିବା ସମସ୍ତଙ୍କୁ ଜଣେଜଣେ ପାଗଳ ଦର୍ଶାଇଛି  ।