ଲାଗୁ ହେଲା “ୱାନ ନେସନ ୱାନ ରାସନ କାର୍ଡ଼”

ଲାଗୁ ହେଲା “ୱାନ ନେସନ ୱାନ ରାସନ କାର୍ଡ଼”

ଲାଗୁ ହେଲା “ୱାନ ନେସନ ୱାନ ରାସନ କାର୍ଡ଼”
ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ଥିବା ରାଜ୍ୟର ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଜି ଠାରୁ ଓଡ଼ିଶାରେ “ୱାନ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଅନୁସାରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯାଇଛି । ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ “ୱାନ ନେସନ ୱାନ ରାସନ କାର୍ଡ଼” ବ୍ୟବସ୍ଥା ଅନୁସାରେ ସମସ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଅନର୍ଗତ ରହିବେ । ଏହି ନିୟମ ଆମ ରାଜ୍ୟରେ ଆଜି ଠାରୁ ଲାଗୁ କରାଯାଇଛି । ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଗ୍ୟ ହିତାଧିକାରୀ ବ୍ୟବସ୍ଥାରେ ଖାଉଟି ଯେକୈାଣସି ସ୍ଥାନରୁ ରାସନ ପାଇପାରିବେ । ଏହି ବ୍ୟବସ୍ଥା ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମରୁ ଆରମ୍ଭ କରାଯାଇଛି । ଭୁବନେଶ୍ୱର ପୋର୍ଟାବିଲିଟି ଜରିଆରେ ସାମଗ୍ରୀ ମିଳିବ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ପୋର୍ଟାବିଲିଟି କାମ ଆରମ୍ଭ ହୋଇଛି । ପ୍ରତିଟି ସରକାରୀ ବକ୍ରୟ କେନ୍ଦ୍ରରେ ଏନେଇ ବିଜ୍ଞାପନ ଦିଆଯାଇଛି । ଭୁବନେଶ୍ୱରରେ ସଫଳତାକୁ ଦେଖତି ପରବର୍ତ୍ତୀ ସମୟରେ ଏହା ରାଜ୍ୟର ସବୁ ସ୍ଥାନରେ ଲାଗୁ କରାଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।