୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର : ଜୁନ ମାସରେ ଓଡ଼ିଶାରେ କମିଲା ବର୍ଷା । ଜୁନ ୩୦ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ୩୧.୫ ପ୍ରତିଶତ କମ ବର୍ଷା ହୋଇଛି । ୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ, ୫ଟି ଜିଲ୍ଲାରେ ଅଧିକ ନିଅଣ୍ଟିଆ ଓ ଦୁଇଟି ଜିଲ୍ଲାରେ ଅଳ୍ପ ବର୍ଷା ହୋଇଛି । ତେବେ ଜୁନ ୧ ରୁ ଜୁଲାଇ ୧ ମଧ୍ୟରେ ନିଅଣ୍ଟିଆ ବର୍ଷାର ପରିମାଣ ୩୦.୪% ରହିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ୧୧ ଦିନ ବିଳମ୍ବରେ ଓଡ଼ିଶା ଛୁଇଁଥିଲା । ସାଧାରଣତଃ ଜୁନ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପହଞ୍ଚୁଥିବା ବେଳେ ଚଳିତ ବର୍ଷ ଜୁନ ୨୧ ରେ ଓଡ଼ିଶା ଛୁଇଁଥିଲା । ତେବେ ମୌସୁମୀ ସ୍ପର୍ଶ କରିବା ସମୟରେ ସେତେଟା ସକ୍ରିୟ ନଥିଲା । ଯେଉଁଥିପାଇଁ ଓଡ଼ିଶାରେ ବର୍ଷା ପରିମାଣ କମିଟି । ଅବଶ୍ୟ ଜୁନ ମାସର ଶେଷ ୧୦ ଦିନରେ ଅଧିକାଂଶ ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇଛି । ତେବେ ତାହା ପର୍ଯ୍ୟାପ୍ତ ନୁହେଁ । ଏପରିକି ଗତ ଦୁଇ ଦିନ ହେଲା ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ହେଉଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର, କୋରାପୁଟ, ଢ଼େଙ୍କାନାଳ ଓ ନବରଙ୍ଗପୁରରେ ସ୍ୱାଭାବିକ ବର୍ଷା ହୋଇଛି । ଜୁନ ପହିଲାରୁ ଜୁଲାଇ ୧ ମଧ୍ୟରେ ଯାଜପୁର ଜିଲ୍ଲାରେ ସ୍ୱାଭାବିକ ଭାବେ ୨୪୯.୮ ମିମି ବର୍ଷା ହେବା କଥା । ତେବେ ଏଥର ୨୬୧.୨ ମିମି ହୋଇଛି । ସେହିପରି କୋରାପୁଟରେ ୨୧୮ ମିମି ପରିବର୍ତ୍ତେ ୨୦୫.୭, ଢ଼େଙ୍କାନାଳରେ ୨୩୬ ବଦଳରେ ୨୧୫.୫ ଓ ନବରଙ୍ଗପୁରରେ ୨୬୩.୩ ମିମି ବଦଳରେ ୨୨୯.୫ ମିମି ବର୍ଷା ହୋଇଛି । କେବଳ ଯାଜପୁର ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଅନ୍ୟ ପକ୍ଷରେ ୨୬ଟି ଜିଲ୍ଲାରେ ସ୍ଥିତି ସଙ୍ଗୀନ ରହିଛି । କଟକରେ ସ୍ୱାଭାବିକ ଠାରୁ ୧୯.୫% କମ୍ ବର୍ଷା ରହିଛି । ପୁରୀ, ମାଲକାନଗିରି, ଭଦ୍ରକ, ଝାରସୁଗୁଡା, ଖୋର୍ଦ୍ଧା, ସୋନପୁର, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରେ ସ୍ୱାଭାବିକଠାରୁ ୨୦ ରୁ ୩୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼, ବରଗଡ଼, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବାଲେଶ୍ୱର ଓ ସମ୍ବଲପୁରରେ ୩୦ ରୁ ୩୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ବଡ଼ କଥା ହେଉଛି, ନୟାଗଡ଼, କେନ୍ଦୁଝର, ବଲାଙ୍ଗୀର, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ଜୁଲାଇ ୧ ସୁଦ୍ଧା ୪୦ ରୁ ୫୦ ପ୍ରତିଶତ କମ ବର୍ଷା ହୋଇଛି । ଅବଶ୍ୟ ଜୁନ୍ ୩୦ ରୁ ଜୁଲାଇ ୨ ମଧ୍ୟରେ ଲଗାଣ ବର୍ଷା ଫଳରେ ନୟାଗଡ଼, କେନ୍ଦୁଝର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ସ୍ଥିତିରେ କିଛିଟା ସୁଧାର ଆସିଛି । ତେବେ ଜୁଲାଇ ୧ ସୁଦ୍ଧା ନୟାଗଡ଼ରେ ୪୦.୪, କେନ୍ଦୁଝରରେ ୪୧.୧, ବଲାଙ୍ଗୀରରେ ୪୨.୩, କନ୍ଧମାଳରେ ୪୨.୮ ଓ ସୁନ୍ଦରଗଡ଼ରେ ୪୯.୫ ପ୍ରତିଶତ କମ ବର୍ଷା ହୋଇଛି । ତେବେ ରାୟଗଡ଼ା ଓ ଗଜପତି ଜିଲ୍ଲାରେ ସ୍ଥିତି ଅଧିକ ସଂଗୀନ ରହିଛି । ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ରାୟଗଡ଼ାରେ ସ୍ୱାଭାବିକ ଭାବେ ୨୦୩.୭ ମିମି ବର୍ଷା ହେବା କଥା । ତେବେ ଜୁନ୍ ୧ ରୁ ଜୁଲାଇ ୧ ମଧ୍ୟରେ ମାତ୍ର ୮୦.୭ ମିମି ବର୍ଷା ହାଇଛି । ଗଜପତିରେ ବି ସମାନ ଅବସ୍ଥା ଏଠାରେ ସ୍ୱାଭାବିକ ଭାବେ ୨୦୭.୧ ମିମି ବର୍ଷା ହେବା କଥା, ହୋଇଛି ମାତ୍ର୬୯.୨ ମିମି । ମୋଟ ଉପରେ ରାଜ୍ୟର ବର୍ଷା ପରିମାଣ ଦେଖିଲେ, ଜୁନ୍ ୧ ରୁ ଜୁଲାଇ ୧ ମଧ୍ୟରେ ୨୨୭.୫ ମିମି ବର୍ଷା ହେବା କଥା କିନ୍ତୁ ୧୫୮.୨ ମିମି ହୋଇଛି । ଯଦି ଦେଖାଯାଏ, ଜୁନ ୧ ରୁ ୩୦ ମଧ୍ୟରେ ସ୍ୱାଭାବିକ ଭାବେ ୨୧୬.୫ ମିମି ବର୍ଷା ହେବା କଥା । ତେବେ ହୋଛି ୧୪୮.୩ ମିମି । ଯାହାକି ୩୧.୫ ପ୍ରତିଶତ କମ୍ । ତଥାପି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ଯେ ଲଘୁଚାପ ଜନିତ ବର୍ଷା ଦ୍ୱାର ନିଆଣ୍ଟିଆ ବର୍ଷା ପରିମାଣ କିଛି ମାତ୍ରାରେ ପୂରଣ ହେବ ।