କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱ: କୋର୍ଟରେ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ୱର କୋର୍ଟରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ୨୦୦୪ ଓ ୨୦୧୧ରେ ଏକ ମାମଲାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ହାଜର ହୋଇଛନ୍ତି । ପ୍ରକାଶ ଯେ, ୨୦୦୪ ମସିହାରେ ବାଲେଶ୍ୱର ଜିଲ୍ଲା ଗୋପୀନାଥପୁରରେ ଏକ ବିବାଦ ହୋଇଥିଲା । ସେଠାରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ । ପୋଡ଼ାଜଳାରେ ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏତଲାରେ ଶ୍ରୀ ଷଡଙ୍ଗୀଙ୍କ ନାମ ରହିଥିଲା । ସେହିପରି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ୟ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା । ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ୱର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା । ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ୱର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି । ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ ଶ୍ରୀ ଷଡଙ୍ଗୀଙ୍କୁ ହିଁ ହାଜର ହେବାକୁ ରହିଛି ।