ପୂର୍ବତଟ ବିଭାଜନ : ଆଜିଠୁ ବିଜେଡ଼ିର ଆନେ୍ଦାଳନ

ପୂର୍ବତଟ ବିଭାଜନ : ଆଜିଠୁ ବିଜେଡ଼ିର ଆନେ୍ଦାଳନ

ପୂର୍ବତଟ ବିଭାଜନ : ଆଜିଠୁ ବିଜେଡ଼ିର ଆନେ୍ଦାଳନ
ଭୁବନେଶ୍ୱର : କେନ୍ଦ୍ର ସରକାର ପୂର୍ବତଟ ରେଳବାଇକୁ ବିଭାଜନ କରିଛନ୍ତି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସ୍ୱାର୍ଥ ପାଇଁ ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରାଯାଇଛି । ଏହାର ପ୍ରତିବାଦରେ ଆଜିଠାରୁ ବିଜେଡ଼ି ଆନେ୍ଦାଳନ କରିବ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନ ୧୦ଟାରୁ ବିଜେଡ଼ିର ଯୁବ, ଛାତ୍ର ଓ ମହିଳା ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେବ । ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, କେନ୍ଦ୍ର ସରକାର ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିଶାଇ ଓଡ଼ିଶାରେ ପୂର୍ବତଟ ରେଳବାଇର ରେଳସେବାକୁ ଦୁର୍ବଳ କରିଦେବାକୁ ଚକ୍ରାନ୍ତ କରିଛି । ଓଡ଼ିଶାର ଅଧିକାରକୁ ଛଡ଼ାଇ ନିଆଯାଉଛି । ଏହାଦ୍ୱାରା ଯାତ୍ରୀସେବା ଓ ବ୍ୟାବସାୟିକ ସେବା ବି ପ୍ରଭାବିତ ହେବ । ଦେଶର ସବୁଠୁ ବଡ଼ ଡିଜେଲ ଇଂଜିନ ସେଡ଼ ଓ ଇଲେକ୍ଟ୍ରିକ ସେଡ଼ ଭାଇଜାଗରେ ଅଛି । ୱାଗନ ରକ୍ଷଣାବେକ୍ଷଣ ବି ସେଠାରେ ରହିଛି । କେନ୍ଦ୍ର ସରକାର ପୂର୍ବତଟ ରେଳବାଇ ଅଧିନସ୍ଥ ଏହି ଡିଭିଜନକୁ ଦକ୍ଷିଣତଟ ରେଳବାଇ ସହ ମିଶ୍ରଣ ଫଳରେ ଓଡ଼ିଶାର ରେଳସେବା ଅସୁବିଧାରେ ପଡ଼ିବ । ପୂର୍ବତଟ ରେଳବାଇ ଅନ୍ୟ ରେଳବାଇ ଉପରେ ନିର୍ଭର କରିବାକୁ ବାଧ୍ୟ ହେବ । ଫଳରେ ଓଡ଼ିଶାର ଯାତ୍ରୀ ସେବା ଓ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ବିଜେଡ଼ି କହିଛି ।