କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ
ଭୁବନେଶ୍ୱର: ଲାଲଗଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ସାଂସଦ ପ୍ରାର୍ଥୀ ରମେଶ ମାଝୀ ଓ ବିଧାୟକ ପ୍ରାର୍ଥୀ ମୁକୁନ୍ଦ ସୋଢୀଙ୍କ ସମେତ ଅରବିନ୍ଦ ଢାଲି ଓ ମାନସ ମାଡ଼କାମୀ ପ୍ରମୁଖ ଉପସ୍ଥିତ ଅଛନ୍ତି । କାଲିମେଳା ସାଧାରଣ ସଭାରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ । ପ୍ରତିଶୃତି ଦେଇ ପାଳନ କରୁନାହାନ୍ତି କେନ୍ଦ୍ରସରକାର । କେବିକେ ଯୋଜନା ବନ୍ଦ କଲା କେନ୍ଦ୍ର । ଗରିବ ଲୋକଙ୍କ ପାଇଁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ବନ୍ୟା ବାତ୍ୟା ସମୟରେ ଆସିଲେନି ଭୋଟ ପାଇଁ ଆସୁଛନ୍ତି କେନ୍ଦ୍ରସରକାର । ସାଢ଼େ ୪କୋଟି ଓଡିଶାବାସୀ ହେଉଛନ୍ତି ମୋ ବଳ ନବୀନ କହିଛନ୍ତି । ମୁଁ ଆପଣ ମାନଙ୍କ ସହିତ ଓ ଅଛି ଆଉ ରହିବି । ଆପଣ ମାନଙ୍କ ସମସ୍ୟା ଦେଖିବି । ୨ସାଂସଦ ଓ ବିଧାୟକଙ୍କ ପାଇଁ ଭୋଟ ଭିକ୍ଷା କଲେ କରିଛନ୍ତି ନବୀନ ।