ଜାତିସଂଘ ଦିବସ

ଜାତିସଂଘ ଦିବସ

ଜାତିସଂଘ ଦିବସ
ବିଶ୍ୱ ଶାନ୍ତି ପ୍ରତିଷ୍ଠା ପାଇଁ ‘ଜାତିସଂଘ’ର ସୃଷ୍ଟି । ପ୍ରତି ବର୍ଷ ଅକ୍ଟୋବର ୨୦-୨୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଏ ‘ଜାତିସଂଘ’ ସପ୍ତାହ ଏବଂ ଅକ୍ଟୋବର ୨୪ରେ ଜାତି ସଂଘ ଦିବସ । ୧୯୪୮ ମସିହାରେ ଜାତିସଂଘର ସାଧାରଣ ପରିଷଦ ଏହି ଦିନକୁ ଜାତିସଂଘ ସନନ୍ଦର ଜନ୍ମ ବାର୍ଷିକୀ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା । ଏହା ଜାତି ସଂଘ ଦ୍ୱାରା ଘୋଷିତ ଏକ ଅନ୍ତର୍ଜାତୀୟ ଛୁଟି ଦିବସ । ୧୯୭୨ ରୁ ଏହି ଦିନରେ ମଧ୍ୟ ପାଳିତ ହେଉଛି ଜାତିସଂଘର ବିଶ୍ୱ ବିକାଶ ସୂଚନା ଦିବସ । ଏହି ଅବସରରେ ଜାତିସଂଘ ସମ୍ପର୍କରେ କିଛି ତଥ୍ୟ । ଏହା ଶାନ୍ତି ସେନାର ସୈନିକ ସଂଖ୍ୟା ୧୧୭୦୦୦ । ସମ୍ପ୍ରତି ଚାରିଟି ମହାଦେଶରେ ସେମାନେ ଶାନ୍ତି ରକ୍ଷା କାର୍ଯ୍ୟରେ ନିୟୋଜିତ । ଶାନ୍ତି ସେନାର ବଜେଟ ନଗଣ୍ୟ, ବିଶ୍ୱର ମୋଟ ପ୍ରତିରକ୍ଷା ବ୍ୟୟର ୦.୫ ପ୍ରତିଶତରୁ କମ । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅଶୀଟି ଦେଶର ଆଠ କୋଟି ଲୋକ ଉପକୃତ ହେଉଛନ୍ତି । ଜାତି ସଂଘ ମାଧ୍ୟମରେ ପ୍ରତି ବର୍ଷ ପ୍ରାୟ ଦଶ ଲକ୍ଷ ମହିଳାଙ୍କର ଗର୍ଭଧାରଣ ଜନିତ ଜଟିଳତା ଦୂର ହେଉଛି । ବିଶ୍ୱର ୪୫ ପ୍ରତିଶତ ଶିଶୁ ବିଭିନ୍ନ ପ୍ରତିଷେଧକ ଟୀକାର ସୁବିଧା ପାଉଛନ୍ତି । ଏହା ୬୭ଟି ଦେଶର ନିରପେକ୍ଷ ନିର୍ବାଚନ ପାଇଁ ସହାୟତା ଯୋଗଉଛି ।