ରାତି ଦଶଟା ପରେ ବାଜା, ବାଣ ମନା

ରାତି ଦଶଟା ପରେ ବାଜା, ବାଣ ମନା

ରାତି ଦଶଟା ପରେ ବାଜା, ବାଣ ମନା
ଭୁବନେଶ୍ୱର : ପର୍ବପର୍ବାଣି ଓ ଦୀପାବଳିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଦୂଷଣ ବୋଡର଼୍ ପକ୍ଷରୁ ଶବ୍ଦ ପ୍ରଦୂଷଣ ଉପରେ କଟକଣା ଜାରି କରାଯାଇଛି । ପାର୍ବଣ ସମୟରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଡାକବାଜି ଯନ୍ତ୍ର, ସଙ୍ଗୀତ ଯନ୍ତ୍ର କିମ୍ବା ଆମ୍ପ୍ଲିଫାୟାର ବ୍ୟବହାର ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ । ଉଚ୍ଚ ଶବ୍ଦ ଉପôନ୍ନ କରୁଥିବା ଆତସବାଜି ବ୍ୟବହାର ଯୋଗୁଁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଭଳି ସମସ୍ୟା ହୋଇଥାଏ । ଏଥିରୁ ବାହାରୁଥିବା ବିଷାକ୍ତ ଗ୍ୟାସ, ଧୂଳିକଣା ଓ ଶବ୍ଦ ଯୋଗୁଁ ଶିଶୁ, ବୃଦ୍ଧ ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଥାଏ । ତେଣୁ ଡାକବାଜି ଯନ୍ତ୍ର ଓ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରାଂଶର ବ୍ୟବହାର ଉପରେ କଟକଣା ଜାରି ହୋଇଛି । ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ଓ ପରିବେଶକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ଓ ଦୀପାବଳି ଉତ୍ସବରେ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । କୌଣସି ପରିସ୍ଥିତିରେ ରାତି ୧୦ଟାରୁ ସକାଳ ୬ ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର କିମ୍ବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ସଙ୍ଗୀତ ଯନ୍ତ୍ରାଣ, ଶବ୍ଦ ବର୍ଦ୍ଧକ ବ୍ୟବହାର, ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଆତସବାଜି ବ୍ୟବହାର କରିବାକୁ ନିଷିଷ କରାଯାଇଛି । ସରକାରଙ୍କ ଦ୍ୱାରା ଘୋଷିତ ନିରବ ଅଞ୍ଚଳ ଯଥା ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ ଆଦିର ୧୦୦ ମିଟର ପରିସୀମା ମଧ୍ୟରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ନିଷିଦ୍ଧ । କେବଳ ଖୋଲା ସ୍ଥାନରେ ବାଣ ଫୁଟାଯାଇପାରିବ । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି ବିକି୍ର ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଉପରୋକ୍ତ ନିୟମର ଖିଲାପ ହେଲେ ଓଡ଼ିଶା ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରାବଧାନ ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡନୀୟ । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପା, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଉପ ଆରକ୍ଷୀ ଅଧିକ୍ଷକ, ଉପରୋକ୍ତ ଆରକ୍ଷର ଅଧିକାରୀଙ୍କ ନିକଟରେ ଯେକୌଣସି ଅଭିଯୋଗ କରାଯାଇପାରିବ । ଦୀପାବଳି ଉତ୍ସବକୁ ପ୍ରଦୂଷଣ ମୁକ୍ତ ତଥା ସୁରକ୍ଷିତ ଭାବେ ପାଳନ କରିବାକୁ ବୋଡର଼୍ର ସଦସ୍ୟ ସଚିବ ଅନୁରୋଧ କରିଥିଲେ ।