ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ ଏପରି କାମ କରନ୍ତୁ ନାହିଁ

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ ଏପରି କାମ କରନ୍ତୁ ନାହିଁ

ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ ଏପରି କାମ କରନ୍ତୁ ନାହିଁ
ବୈବାହିକ ଜୀବନରେ ଛୋଟମୋଟ ଝଗଡା ହେବା ଅତି ସାଧାରଣ କଥା, କିନ୍ତୁ ଝଗଡାକୁ ଏତେ ଉପର ସ୍ତରକୁ ନିଅନ୍ତୁ ନାହିଁ ଯାହା ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହେବ । ନିଜ ବୈବାହିକ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ କିଛି ସାଧାରଣ କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । - ଅନେକ ସମୟରେ ବ୍ୟସ୍ତବହୁଳ କାମ ଭିତରେ ରହି ଅନେକ ନିଜ ସାଥିଙ୍କୁ ସମୟ ଦେଇ ପାରିନଥାନ୍ତି । ଆଉ ଯେତେବେଳେ ସେ ସାଥିଙ୍କ ନିକଟତର ହୁଅନ୍ତି, ସେତେବେଳେ ଆପଣ ତାଙ୍କୁ ସ୍ୱାର୍ଥପର ଭାବି ଅନେକ୍ କିଛି ବାଧିବା ଭଳି କଥା କହିଦିଅନ୍ତି ଯାହା ତାଙ୍କୁ ବହୁତ୍ ବିଚଳିତ କରିବା ସହିତ ବାଧିଥାଏ । ତେଣୁ ପ୍ରକୃତ ଅସୁବିଧା କ’ଣ ଜାଣିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ରାଗରେ ସେପରି କୌଣସି ବାଧିବା ଭଳି କଥା କୁହନ୍ତୁ ନାହିଁ । – ବିବାହ ପରେ ଝଗଡା କୌଣସି ନୂଆ କଥା ନୁହେଁ । କିନ୍ତୁ ଅନେକ ସମୟରେ ଲୋକେ ବୈବାହିକ ଜୀବନରେ ଅଧିକ ଝଗଡା ହେବା ଫଳରେ ଭାବନ୍ତି ଯେ, ସେମାନେ ବିବାହ କରି ବଡ ଭୂଲ କରିଛନ୍ତି, କିନ୍ତୁ ଏଭଳି କଥା ଭୂଲରେ ମଧ୍ୟ ନିଜ ସାଥିଙ୍କୁ କୁହନ୍ତୁ ନାହିଁ ବରଂ ଥଣ୍ଡା ମୁଣ୍ଡରେ ସବୁ ସମସ୍ୟାର ସମାଧାନ କରନ୍ତୁ, ନଚେତ୍ ଏପରି କରିବା ଦ୍ୱାରା ସାଥିଙ୍କ ହୃଦୟ ଭାଙ୍ଗିଯାଇପାରେ । -ଅନେକ ସମୟରେ ଏମିତିବି ଲୋକ ଅଛନ୍ତି ବିବାହ ପରେ ମଧ୍ୟ ନିଜ ସାଥିଙ୍କ ଠାରୁ ସବୁବେଳେ ନିଜ କାମକୁ ବେଶି ସମୟ ଦିଅନ୍ତି ଓ ସବୁବେଳେ ନିଜ କାମରେହିଁ ନିଜକୁ ନିୟୋଜିତ କରି ରୁହନ୍ତି । କିନ୍ତୁ ଏପରି ଆଶା କର ନାହିଁ ଯେ, ଆପଣଙ୍କ ସାଥି ସବୁବେଳେ ଆପଣଙ୍କ ବ୍ୟସ୍ତତାକୁ ବୁଝିବେ ବରଂ ନିଜ କାମ ସହିତ ସାଥିଙ୍କୁ ମଧ୍ୟ ସମୟ ଦିଅନ୍ତୁ ।