ଅମାନତ ହରାଇଲା କଂଗ୍ରେସ

ଅମାନତ ହରାଇଲା କଂଗ୍ରେସ

ଅମାନତ ହରାଇଲା କଂଗ୍ରେସ

ଭୁବନେଶ୍ୱର: ବିଭିନ୍ନ ଦିଗରୁ ପଦ୍ମପୁର ଉପନିର୍ବାଚନ ପୂର୍ବ ରେକର୍ଡ ଭାଙ୍ଗିଛି। ପ୍ରଥମତଃ, ଏହି ନିର୍ବାଚନମଣ୍ଡଳୀ ପ୍ରଥମଥର ପାଇଁ ଜଣେ ବିଧାୟିକା ପାଇଛି। ଏଥର ୮୧.୨୯% ପ୍ରତିଶତ ମତଦାନ କରିଥିଲେ। ଯାହାକି,ସର୍ବକାଳୀନ ରେକର୍ଡ। ଏହାପୂର୍ବରୁ ଏଠାରେ ଗତ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସର୍ବାଧିକ ୭୯.୧୬ % ମତଦାନ ହୋଇଥିଲା। ଏଥର ନିର୍ବାଚନ ମଇଦାନରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ତେଣୁ ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଏହି ଉପନିର୍ବାଚନ ନିଜସ୍ୱ ରେକର୍ଡ ଭାଙ୍ଗିଛି। ଅନ୍ୟପକ୍ଷରେ, ପୂର୍ବରୁ ୫-୬ହଜାର ଭୋଟ୍‌ ବ୍ୟବଧାନରେ ପଦ୍ମପୁର ନିର୍ବାଚନର ଫଇସଲା ହେଉଥିବା ନଜିର ରହିଛି। କିନ୍ତୁ, ଏଥର ୪୨,୬୭୯ ବ୍ୟବଧାନର ବିଜୟ ମଧ୍ୟ ଏକ ରେକର୍ଡ। ସେହିପରି ବିଜୟୀ ପ୍ରାର୍ଥୀ ଲକ୍ଷେ ଭୋଟ୍‌ ଅତିକ୍ରମ କରିବା ମଧ୍ୟ ଉକ୍ତ ନିର୍ବାଚନମଣ୍ଡଳୀ ପାଇଁ ଆଉ ଏକ ରେକର୍ଡ।

ଅମାନତ ହରାଇଲା କଂଗ୍ରେସ
କଂଗ୍ରେସ ନିଜର ସର୍ବାଧିକ ପସନ୍ଦ ଏବଂ ଅଭିଜ୍ଞତାସଂପନ୍ନ ଚେହେରାକୁ ଟିକଟ୍‌ ଦେଇଥିଲା। ତିନିଥର ବିଧାୟକ ସାଙ୍ଗକୁ ମୁଖ୍ୟ ସଚେତକ ଥିବା ସତ୍ୟଭୂଷଣ ସାହୁ ଏଥର ବିଜୟ ବାଟ ଦେଖିବା ତ ଦୂରର କଥା ନିଜ ଅମାନତ ବି ହରାଇଛନ୍ତି। ନୂଆ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଏଥର ପ୍ରଚାର କରିଥିଲା। ପୂର୍ବତନ ପିସିସି ସଭାପତିମାନେ ବି ଷ୍ଟାର୍‌ ପ୍ରଚାରକ ସାଜିଥିଲେ। କିନ୍ତୁ, ଏକଦା କଂଗ୍ରେସର ଗଡ଼ ଥିବା ପଦ୍ମପୁରରେ ଏହାର କିଛି ବି ପ୍ରଭାବ ପଡ଼ିନଥିଲା। ଦଳ ଚିରାଚରିତ ଢଙ୍ଗରେ ପ୍ରଚାର ଚଳାଇଲା। ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଛାଡ଼ିଦେଲେ ଆଉ କୌଣସି ଜାତୀୟ ସ୍ତରର ନେତା ପାଦ ମାଡ଼ିନଥିଲେ। ଫଳରେ, ନିଷ୍କ୍ରିୟ ଥିବା ସଂଗଠନକୁ ସଜାଡ଼ିବାରେ ଦଳ ବିଫଳ ହେଲା ବୋଲି କୁହାଯାଉଛି।