‘ଓଡ଼ିଶାରେ ନୂଆ ଷ୍ଟ୍ରେନ ମିଳିନି’

‘ଓଡ଼ିଶାରେ ନୂଆ ଷ୍ଟ୍ରେନ ମିଳିନି’

‘ଓଡ଼ିଶାରେ ନୂଆ ଷ୍ଟ୍ରେନ ମିଳିନି’
ଭୁବନେଶ୍ୱର: ବି୍ରଟେନରେ ଦେଖାଯାଇଥିବା ନୂଆ ଷ୍ଟ୍ରେନ କରୋନା ଭୂତାଣୁ ସାର୍ସ-ସିଓଭି-୨ ବା(ବି.୧.୧.୭) ସଂକ୍ରମଣ ଭାରତରେ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିର କଥା ହେଲା ଯେ, ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟେଷ୍ଟ ପାଇଁ ଯାଇଥିବା ବ୍ରିଟେନ ଫେରନ୍ତା ସାମ୍ପଲରୁ ଷ୍ଟ୍ରେନ ମିଳିନି । ଟେଷ୍ଟ ପାଇଁ ଯାଇଥିବା ବ୍ରିଟେନ ଫେରନ୍ତା ସାମ୍ପଲରୁ ଷ୍ଟ୍ରେନ ମିଳିନି । ଏଯାଏ ଯେତିକି ସାମ୍ପଲ ଟେଷ୍ଟ ହୋଇଛି, ବ୍ରିଟେନ ଷ୍ଟ୍ରେନ ମିଳିନି । ୟୁକେ ଫେରନ୍ତା ଓ ତାଙ୍କ ସହ କଣ୍ଟାକ୍ଟରେ ଥିବା ୨୦୪ ଜଣଙ୍କ ଟେଷ୍ଟ ହୋଇଛି । ସେଥିରୁ ମୋଟ ୭ ଜଣଙ୍କ ପଜିଟିଭ ମିଳିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ । ପ୍ରକାଶ ଯେ, ବି୍ରଟେନରେ ଦେଖାଯାଇଥିବା ନୂଆ ଷ୍ଟ୍ରେନ କରୋନା ଭୂତାଣୁ ସାର୍ସ-ସିଓଭି-୨ ବା(ବି.୧.୧.୭) ସଂକ୍ରମଣ ଭାରତରେ ବୃଦ୍ଧି ପାଇଛି । ଭାରତରେ ଗୁରୁବାର ଆଉ ୫ ଜଣଙ୍କ ଠାରେ ୟୁକେ ଭାଇରସ ଚିହ୍ନଟ ହୋଇଥିବା ଜଣାଯାଇଛି । ଏନଆଇଭି ପୁଣେରୁ ୪ ଜଣ ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନାରେ ୟୁକେ ଭାଇରସ ଚିହ୍ନଟ ହୋଇଛି । ଫଳରେ ଭାରତରେ ୟୁକେ ଭାଇରସ ଚିହ୍ନଟ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।