ପ୍ରଶାସନ ବିଭାଗରେ ପଦୋନ୍ନତି
ପ୍ରଶାସନ ବିଭାଗରେ ପଦୋନ୍ନତି
admin
Dec 31, 2020 - 08:03
Updated: Dec 31, 2020 - 08:03
ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ଅଫିସରଙ୍କ ଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ ପଦୋନ୍ନତି ଦେଇଛନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଶ୍ରୀ ଚୋପ୍ରା ଏବେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବଭଳି ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ୱରେ ବି ରହିବେ । ଏହି କ୍ରମରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ବୀର ବିକ୍ରମ ଯାଦବ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ବିଶାଳ କୁମାର ଦେବ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ଓଡ଼ିଶା ଖଣି ନିଗମ ପରିଚାଳନା ନିଦେ୍ର୍ଧଶକ ଆର ଭିନିଲ କି୍ରଷ୍ଣା, ପଶୁ ସମ୍ପଦ ନିଦେ୍ର୍ଧଶକ ରତ୍ନାକର ରାଉତ, ବିଧାନସଭା ସଚିବ ଦାଶରଥୀ ଶତପଥୀ କମିସନର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ସେମାନେ ନିଜ ନିଜ ଦାୟିତ୍ୱରେ ପୂର୍ବ ଭଳି ରହିବେ । ସେହିଭଳି ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଫୁଲ୍ଲ କୁମାର ପ୍ରଧାନ ପଦୋନ୍ନତି ପରେ ସ୍ୱତନ୍ତ୍ର ସଚିବ ଭାବେ ସେହିଠାରେ କାର୍ଯ୍ୟ କରିବେ । ପଦୋନ୍ନତି ପରେ ଆଇଏଏସ ବେଣୁଧର ବେହେରା, ଆଇଏଏସ ଡ.ସୁରେଶ ଚନ୍ଦ୍ର ଦଳାଇ, ଆଇଏଏସ ଦେବେନ୍ଦ୍ର କୁମାର ଜେନା ମଧ୍ୟ ଯଥାକ୍ରମେ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ଏବଂ ଯୋଜନା ଓ ସଂଯୋଜକ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଅବକାରୀ କମିସନର ଅଞ୍ଜନ କୁମାର ମାଣିକଙ୍କୁ ମଧ୍ୟ ପଦୋନ୍ନତି ମିଳିଛି । ସେ ସେହିଠାରେ ହିଁ କାର୍ଯ୍ୟ କରିବେ ।