ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା

ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା

ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତିଙ୍କୁ ମିଳିବ ମାଗଣା ଟିକା
ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ । ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣା ଟିକା ମିଳିବ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ । ସେହିପରି ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ ମଧ୍ୟ ମାଗଣା ଟିକା ମିଳିବ । ଏହାଛଡ଼ା ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଦେଶରେ ୩୦କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ରରେ ଯୋଜନା ରହିଛି । ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବା ନେଇ ଆଶା ଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।