୨ ମିନିଟରେ ଆସିଯିବ ନିଦ, ସେନା ଯବାନ ବ୍ୟବହାର କରନ୍ତି ଏହି ଉପାୟ
୨ ମିନିଟରେ ଆସିଯିବ ନିଦ, ସେନା ଯବାନ ବ୍ୟବହାର କରନ୍ତି ଏହି ଉପାୟ

ଆମ ଶରୀର ପାଇଁ ନିଦ୍ରାର ବହୁତ ଗୁରୁତ୍ୱ ରହିଛି । ତେବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିଳମ୍ବିତ ରାତି ଯାଏଁ ବିଛଣାରେ ଏକଡସେକଡ ହେଉଥିଲେ ବି ନିଦ ଆସିନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବାଟ କହିବୁ ଯାହା ଦ୍ୱାରା ମାତ୍ର ୨ ମିନିଟ ମଧ୍ୟରେ ନିଦ ଆସିଯିବ । ବଡ କଥା ଯେ ଏହି ଉପାୟକୁ ସେନାରେ ମୁତୟନ ଯବାନମାନେ ଆପଣାଇଥାନ୍ତି । ଆମେରିକା ସେନା ଏହି ବାଟକୁ ଆପଣାଇଥାଏ ।
କାରଣ ଆମେରିକା ସେନା ବିଚାର କରେ ଯେ ଜଣେ ସୈନିକ ପର୍ଯ୍ୟାପ୍ତ ସମୟ ଶୋଇବା ଦ୍ୱାରା ହିଁ ସୁସ୍ଥ ରହିପାରିବ । କୁହାଯାଏ ଯେ ଆମେରିକା ସେନା ପକ୍ଷରୁ ଏହି ଉପାୟ ସୃଷ୍ଟି କରିବା ପଛରେ ବଡ କାରଣ ଥିଲା ଯେ, ଯେଭଳି କୌଣସି ସୈନିକ ଅନିଦ୍ରା ରହିବା ଯୋଗୁଁ କୌଣସି ଭୁଲ ନ କରିବସନ୍ତି । ‘ରିଲାକ୍ସ ଆଣ୍ଡ ଉଇନ; ଚମ୍ପିୟାନ ପରଫରମାନ୍ସ’ ପୁସ୍ତକରେ ନିଦ ଆସିବାର ଉପାୟ ବାବଦରେ ଲେଖାଯାଇଛି । ଯାହାକୁ ଆମେରିକାର ଯବାନମାନେ ଅନୁସରଣ କରନ୍ତି ।
ନିଦ ଆସିବାର ଉପାୟ
ବିଛଣାକୁ ଯିବା ପୂର୍ବରୁ ଆପଣ ରିଲାକ୍ସ ହୋଇଯାଆନ୍ତୁ । ଶରୀରର ପାଦ,ପିଠି ଓ କାନ୍ଧରେ ହାଲୁକା ବ୍ୟାୟାମ କରନ୍ତୁ । ହାତକୁ ଉପର-ତଳ କରନ୍ତୁ । ଏହା ପରେ ୧୦ ସେକେଣ୍ଡ ଯାଏଁ ମୁଣ୍ଡରୁ ସମସ୍ତ ଚିନ୍ତା ହଟାଇବାକୁ ଚେଷ୍ଟା କରନ୍ତୁ । ଆପଣ ଏକ ଝରଣା କୂଳରେ ଶୋଇଛନ୍ତି ଓ ଉପରେ ନୀଳ ଆକାଶ କଥା ଭବନ୍ତୁ | ଆଉ ଆପଣଙ୍କୁ ନିଦ ଆସିଯିବ । ୬ ସପ୍ତାହ ଯାଏଁ ଏଭଳି ଅଭ୍ୟାସ କରିବା ପରେ ଆପଣଙ୍କୁ ମାତ୍ର ୨ ମିନିଟରେ ନିଦ ଆସିଯିବ । ଆଉ ଗବେଷଣାରୁ ଜଣାପଡିଛି ଯେ ୯୬ ପ୍ରତିଶତଙ୍କ କ୍ଷେତ୍ରରେ ଏହା ସଫଳ ହୋଇଛି ।