ସର୍ବାଧିକ ରବର ସଂଗ୍ରହକାରୀ
ସର୍ବାଧିକ ରବର ସଂଗ୍ରହକାରୀ
admin
Jun 1, 2019 - 10:55
Updated: Jun 1, 2019 - 10:55
ସାଧାରଣତଃ ବିଭିନ୍ନ ଲୋକଙ୍କର ପସନ୍ଦ ଓ ରୁଚି ଭିନ୍ନ ଭିନ୍ନ ହୋଇଥାଏ । ତେବେ କିଛି ବ୍ୟକ୍ତିଙ୍କର ଏଭଳି ଅଜବ ସଉକ ସେମାନଙ୍କ ପାଇଁ ଲୋକ ପ୍ରିୟତା ଆଣି ଦେଇଥାଏ । ସେଭଳି ଜଣେ ବ୍ୟକ୍ତି ଜର୍ମାନୀ ପେଟ୍ରା ଏଙ୍ଗେଲ୍ସ । ବିଭିନ୍ନ ପ୍ରକାରର ରବର ସଂଗ୍ରହ କରିବା ତାଙ୍କର ଏକ ସଉକ । ଆଉ ଏଥିପାଇଁ ତାଙ୍କୁ ୨୦୦୬ରେ ସର୍ବାଧିକ ରବର ସଂଗ୍ରହକାରୀ ଭାବରେ ନାମିତ କରାଯାଇଛି । ପେଟ୍ରା ୧୧୨ ଦେଶ ଭ୍ରମଣ କରି ବିଭିନ୍ନ ପ୍ରକାରର ୧୯,୫୭୧ଟି ରବର ସଂଗ୍ରହ କରି ଏଭଳି ବିରଳ ରେକର୍ଡରେ ଅଧିକାରୀ ହୋଇପାରିଛନ୍ତି । ଦୋକାନରେ ବିଭିନ୍ନ ପ୍ରକାରର ରବର ଦେଖିବା ପରେ ସେଗୁଡିକ ସଂଗ୍ରହ କରି ରଖିବାକୁ ମନ ବଳାଇଥିଲେ । ତେଣୁ ମାତ୍ର ୯ବର୍ଷ ବୟସରୁ ଏହି ରବର ସଂଗ୍ରହ କରିବା ଆରମ୍ଭ କରିଥିଲେ ପେଟ୍ରା । ତାପରେ ଯୁଆଡେ ଗଲେ କେବଳ ରବର ସଂଗ୍ରହ କରିବାକୁ ଗୁରୁତ୍ୱ ଦେଲେ । ସେସବୁ ସେ ତାଙ୍କ ଘରେ ସାଇତି ରଖିଛନ୍ତି । ଯାହା ଏକ ଛୋଟ ସଂଗ୍ରହାଳୟରେ ପରିଚୟ ସୃଷ୍ଟି କରୁଛି ।