ଲକଡାଉନ ପାଇଁ ବଢ଼ୁଛି ଘରୋଇ କଳି

ଲକଡାଉନ ପାଇଁ ବଢ଼ୁଛି ଘରୋଇ କଳି

ଲକଡାଉନ ପାଇଁ ବଢ଼ୁଛି ଘରୋଇ କଳି
ନିକଟରେ ଅଷ୍ଟ୍ରେଲିଆରେ ଜାତୀୟ ସ୍ତରରେ ଏକ ସର୍ବେକ୍ଷଣ ହୋଇଛି । କରୋନା ଭାଇରସ କାରଣରୁ ସେଠାରେ ପ୍ରଥମରୁ ସ୍ଥିତି ଜଟିଳ ଥିବା ବେଳେ ଏବେ ଘରୋଇ କଳି ଅନ୍ୟତମ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ସେଠାରେ ରାଜ୍ୟସ୍ତରରେ ଫ୍ରଣ୍ଟଲାଇନରେ କାମ କରୁଥିବା ୪୦୦ ଜଣ କର୍ମଚାରୀମାନେ ଏଇ ସର୍ବେକ୍ଷଣ କରିଥିଲେ । ଲକଡାଉନ କାରଣରୁ ଦିନରାତି ୨୪ ଘଣ୍ଟା ସ୍ୱାମୀ ସ୍ତ୍ରୀ ପରିବାରବର୍ଗଙ୍କ ସହ ଏକତ୍ର ରହୁଥିବାରୁ କଳିଝଗଡ଼ା ବଢ଼ିବାରେ ଲାଗିଛି । ପୁରୁଷମାନେ ଘରେ ବସି ରହିବା ଆଦୌ ସହଜ କଥା ନୁହେଁ । ଟିଭି ଇଣ୍ଟରନେଟ ଦେଖି ବିରକ୍ତି ହେବା ପରେ ଏମାନେ କିଛି ସମୟ ସାଙ୍ଗ ସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ସେ ସବୁର ସୁଯୋଗ ଦେଉନାହିଁ । ମିଳିଥିବା ତଥ୍ୟ ଅନୁସାରେ ୬୦ ପ୍ରତିଶତ ଘରେ ଏବେ ମହାମାରୀ କାରଣରୁ କଳି ବଢ଼ିବାରେ ଲାଗିଛି । ସ୍ଥାନୀୟ ଭିକ୍ଟୋରିଆ ପୁଲିସର ମୁଖ୍ୟ କାର୍ଯ୍ୟକାରୀ ମଧ୍ୟ ସମାନ ତଥ୍ୟ ଦେଇଛନ୍ତି । କର୍ମଜୀବୀ ମହିଳାମାନେ ଘରେ ରହିବା ଦ୍ୱାରା ସେମାନଙ୍କ ଉପରେ ମଧ୍ୟ ଚାପ ବଢ଼ିବାରେ ଲାଗିଛି । ୱାର୍କ ଫ୍ରମ ହୋମ ସହ ଘର କାମ ପିଲାଙ୍କ ଦାୟିତ୍ୱ ଏ ସବୁରେ ସେମାନେ ମଧ୍ୟ ଅତିଷ୍ଠ ହୋଇଗଲେଣି । ବିଶେଷଜ୍ଞଙ୍କ ମତରେ ଏହାର କୌଣସି ନିର୍ଦ୍ଦିଷ୍ଟ ଉପଚାର ନଥିବା ବେଳେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେପରି କରୋନା ଭାଇରସର ପ୍ରଭାବ ଶୀଘ୍ର ଶେଷ ହେଉ । ନଚେତ ଆଗାମୀ ଦିନରେ ଘରୋଇ କଳି ଭୟାବହ ରୂପ ନେଇପାରେ ।