ମୁଗ୍ଧ କଲା ୭୦ ଦଶକର ସଙ୍ଗୀତ

ମୁଗ୍ଧ କଲା ୭୦ ଦଶକର ସଙ୍ଗୀତ

ମୁଗ୍ଧ କଲା ୭୦ ଦଶକର ସଙ୍ଗୀତ
ଭୁବନେଶ୍ୱର: ୭୦ ଦଶକର ଚିର ସବୁଜ ସଙ୍ଗୀତ ଶୁଣି ଅଭିଭୂତ ହୋଇଥିଲେ ଶ୍ରୋତା । ପୁରୁଣା ସଙ୍ଗୀତର ଏମିତି ଏକ ଆସର ଦେଖିବାକୁ ମିଳିଥିଲା ଜୟଦେବ ଭବନରେ ଠାରେ । ପୁରୁଣା ସଙ୍ଗୀତକୁ ବଂଚାଇ ରଖିବା ପାଇଁ ବ୍ଲୁ ଷ୍ଟ୍ରାଇପ୍ ଏଂଟରଟେନମେଂଟ ପକ୍ଷରୁ ଚିର ସବୁଜ ସଙ୍ଗୀତକୁ ନେଇ ଆୟୋଜିତ ହୋଇଥିଲା ସଙ୍ଗୀତଭିତିକ କାର୍ଯ୍ୟକ୍ରମ ‘ଚା ହିୟେ ଥୋଡା ପ୍ୟାର୍’ । ‘ଏ ମେରା ଦିଲ୍ କ୍ୟା ଚେନ୍’ ସଙ୍ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଗୀତକୁ ଗାଇ ଥିଲେ କଣ୍ଠଶିଳ୍ପୀ କୁମାର ଦେବୀ । ସୌରଭ, ବିବେକ, ଦେବୀ, ଅରୁଣିକା, ରୋଜାଲିନ, ରିତ୍ୱିକ, ଦିବ୍ୟାନୀ, ବବି, ଶେଫାଳି, ସୁହାନା, ରିତିକା ଏବଂ ଗୁଲସନ କୁମାରଙ୍କ ପରି ୧୨ ଜଣ କଣ୍ଠଶିଳ୍ପୀଙ୍କୁ ନେଇ କାର୍ଯ୍ୟକ୍ରମଟି ଆୟୋଜିତ କରାଯାଇଥିଲା । ୩୦ରୁ ଅଧିକ ଚୀର ସବୁଜ ସଙ୍ଗୀତ ଏହି କଣ୍ଠଶିଳ୍ପୀ ମାନଭ୍କ ଦ୍ୱାରା ପରିବେଶିତ କରାଯାଇଥିଲା । ଶେଷରେ ଦ୍ୱୈତ ଭାବେ କୁମାର ଦେବୀ ଓ ଅରୁଣିକା ପରିବେଷଣ କରିଥିଲେ ଲୋକ ପ୍ରିୟ ସଙ୍ଗୀତ ‘ଜାନେ କେସେ କବ୍ କାହାଁ’ । କାର୍ଯ୍ୟକ୍ରମରେ ଅତିଥି ଭାବେ ଇଂ କମଳାକାନ୍ତ ମହାନ୍ତି, ଦେବ ଦାସ ଏବଂ ପ୍ରସନ୍ନ ମହାନ୍ତି ଯୋଗଦେଇଥିଲେ । ନଦୀମ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।