ବିନା ଦାଢ଼ି ଦିବସ

ବିନା ଦାଢ଼ି ଦିବସ

ବିନା ଦାଢ଼ି ଦିବସ
ପ୍ରତିବର୍ଷ ଅକ୍ଟୋବର ୧୮ ତାରିଖରେ ପାଳନ କରାଯାଉଛି ‘ନୋ ବିଅର୍ଡ୍ ଡେ’ ବା ‘ବିନା ଦାଢ଼ି ଦିବସ’ । ଦାଢ଼ି ପୁରୁଷତ୍ୱର ଏକ ପ୍ରତୀକ । ବହୁ ପୁରୁଣା କାଳରେ ଅଧିକାଂଶ ପୁରୁଷ ଦାଢ଼ି ରଖୁଥିଲେ । ରାଜ-ରାଜୁଡ଼ାମାନେ ମଧ୍ୟ ଶ୍ମଶ୍ରୁଧାରୀ ଥିଲେ । ଆଲେକଜାଣ୍ଡାର ଦ ଗ୍ରେଟ୍ ଦାଢ଼ି କାଟୁଥିବା ପ୍ରଥମ ସମ୍ରାଟ । ଆଜିକାଲି ଅନେକ ଦାଢ଼ି ନ ରଖିବାକୁ ପସନ୍ଦ କରୁଛନ୍ତି । ଆବ୍ରାହମ ଲିଙ୍କନ ପ୍ରଥମ ଶ୍ମଶ୍ରୂଧାରୀ ମାର୍ଜିନ ରାଷ୍ଟ୍ରପତି । ମଧ୍ୟ ଯୁଗୀୟ ଇଉରୋପ୍ରେ କାହାର ଦାଢ଼ିରେ ହାତ ମାରିବାକୁ ଏକ ଅପମାନ ବୋଲି ଧରାଯାଉଥିଲା । ଅପମାନିତ ବ୍ୟକ୍ତି ଏଥିପାଇଁ ଦ୍ୱନ୍ଦ୍ୱ ଯୁଦ୍ଧ ବା ଡୁଏଲ ନିମନ୍ତେ ଆହ୍ୱାନ କରୁଥିଲେ । ସପ୍ତଦଶ ଶତାବ୍ଦୀର ରସିଆରେ ଦାଢ଼ି ରଖିବା ପାଇଁ ଟିକସ ଦେବାକୁ ପଡ଼ୁଥିଲା । ନରୱେର ହାନସ ଲାନଗସେଥ୍ ନାମକ ବ୍ୟକ୍ତିଙ୍କ ଦାଢ଼ିର ଲମ୍ବ ଥିଲା ସତର ଫୁଟ ଛଅ ଇଞ୍ଚ । ତାଙ୍କର ପରଲୋକ ହୋଇସାରିଛି । ତେବେ ତାଙ୍କ ଦାଢ଼ି ଏକ ସଂଗ୍ରହାଳୟରେ ଏବେ ବି ପ୍ରଦର୍ଶିତ ହେଉଛି ।