ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର
ବିଜେପୁରରେ ହାଇଭୋଲଟେଜ୍ ପ୍ରଚାର
admin
Oct 18, 2019 - 10:40
Updated: Oct 18, 2019 - 10:40
ଭୁବନେଶ୍ବର: ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଦଳ ବରିଷ୍ଠ ନେତାମାନେ ବିଜେପୁରରେ ଡେରା ପକାଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ପହଞ୍ଚି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ହେଉଛି ତାଙ୍କ ମାରାଥନ୍ ପ୍ରଚାରର ଦ୍ବିତୀୟ ଦିନ। ଶୁକ୍ରବାର ସକାଳେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ପହଞ୍ଚି ନିର୍ବାଚନ ପ୍ରଚାର ଆରମ୍ଭ କରି ରୀତା ସାହୁଙ୍କ ପାଇଁ ଭୋଟ୍ ମାଗିଛନ୍ତି। ତାଲପାଲି ବ୍ୟତୀତ ଆହୁରି ୧୪ଟି ସ୍ଥାନରେ ରୋଡ୍-ଶୋ କରିବାର କାର୍ୟ୍ୟକ୍ରମ ରହିଛି।
ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ବିଜେପୁର ଏନ୍ଏସି, ବରପାଲି ବ୍ଲକ୍ର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ରୋଡ୍ ସୋ କରିବାର କାର୍ୟ୍ୟକ୍ରମ ରହିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ ପାଇଁ ବରିଷ୍ଠ ନେତା ନରସଂହ ମିଶ୍ର ଓ ସୁରେଶ ରାଉତାରାୟ ପ୍ରଚାର କରୁଛନ୍ତି । ଦିଲୀପ ପଣ୍ଡା ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି।ମ