ତ୍ୱଚା ଭାଙ୍ଗ ଦୂରେଇବାର ଉପାୟ

ତ୍ୱଚା ଭାଙ୍ଗ ଦୂରେଇବାର ଉପାୟ

ତ୍ୱଚା ଭାଙ୍ଗ ଦୂରେଇବାର ଉପାୟ
ନାମୀ ଦାମୀ କମ୍ପାନୀର କି୍ରମ କିମ୍ବା ବୁ୍ୟଟି ପାର୍ଲରରେ ଉପଚାର କରିବା ପୂର୍ବରୁ ପ୍ରଥମେ ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା ନିମନ୍ତେ ଘରେ ପ୍ରସ୍ତୁତି କରନ୍ତୁ । ୩୦ ପାର ହେଲା ପରେ ମହିଳାଙ୍କ ମୁଖ୍ୟ ସମସ୍ୟା ହେଉଛି ତ୍ୱଚାରେ ଭାଙ୍ଗ ପଡ଼ିବା । ଏଥିନିମନ୍ତେ କେତୋଟି ଘରୋଇ ଉପଚାର କରିବା ଜରୁରୀ । ଭିଟାମିନ୍ ଏ ଓ ଇ ଯୁକ୍ତ କଦଳୀ ଫଳଟି ଆମ ତ୍ୱଚା ଉପରେ ଖୁବ୍ ଭଲ ପ୍ରଭାବ ପକାଇଥାଏ । ପାଚିଲା କଦଳୀକୁ ଭଲ ଭାବେ ଚକଟି ସେଥିରେ ୧ ଚାମଚ ମହୁ ଓ ଗୋଲାପ ଜଳ ମିଶାଇ ପ୍ୟାକ୍ ତିଆରି କରନ୍ତୁ । ଏବେ ସେହି ପ୍ୟାକ୍କୁ ତ୍ୱଚାରେ ଲଗାଇ ୩୦ ମିନିଟ ପରେ ଧୋଇନେବେ । ସପ୍ତାହକୁ ଥରୁଟିଏ ଏହି ପ୍ୟାକ୍ ଲଗାଇଲେ ତାହାର ପ୍ରଭାବ ପଡେ଼ । କଫି ଗୁଣ୍ଡ ତ୍ୱଚା ପାଇଁ ଏକ ଉତ୍ତମ ସ୍କ୍ରବ୍ ହୋଇଥିବା ବେଳେ ତାହା ତ୍ୱଚାରୁ ମୃତକୋଷିକା ବାହାର କରିଦିଏ । ତ୍ୱଚାର ଭାଙ୍ଗ ଦୂରେଇଦେବା ନିମନ୍ତେ କଫି ଗୁଣ୍ଡ ୧ ଚାମଚରେ ନଡ଼ିଆ ତେଲ ଅଳ୍ପ ମିଶାଇ ତାହା ତ୍ୱଚାରେ ଓ ହାତ ପାଦରେ ଲଗାଇ ୧୫ ମିନିଟ୍ ପରେ ମାଲିସ କରି ଧୋଇନେବେ । ପ୍ରତି ୨ ଦିନରେ ଥରେ ଏହି ପ୍ୟାକ୍ ଲଗାଇଲେ ଲାଭ ମିଳେ ।