ଦାନ୍ତକୁ ମଜବୁତ କରିବ ଏହି ୫ଟି ଜିନିଷ
ଦାନ୍ତକୁ ମଜବୁତ କରିବ ଏହି ୫ଟି ଜିନିଷ
admin
Jun 9, 2021 - 12:02
Updated: Jun 9, 2021 - 12:02
ସୁସ୍ଥ ରହିବା ଆଧୁନିକ ଯୁଗରେ କଷ୍ଟ ବେପାର । ଏଥିରେ ପାଇଁ ନିୟମିତ ଭାବେ ସନ୍ତୁଳିତ ଆହାର ଗ୍ରହଣ କରିବା ଉଚିତ । ଏହି ଆହାରକୁ ଚୋବାଇବା ପାଇଁ ମଜବୁତ ଦାନ୍ତ ଆବଶ୍ୟକ । ଯଦି ଦାନ୍ତରେ କିଛି ସମସ୍ୟା ରହିଥାଏ ତେବେ ଖାଦ୍ୟ ଚୋବାଇବା କଷ୍ଟ ହୋଇପଡେ଼ । ବୁଦ୍ଧାବସ୍ଥାରେ ଦାନ୍ତ ଭାଙ୍ଗିବା ଓ ଦୁର୍ବଳ ହେବା ସାଧାରଣ କଥା । ହେଲେ କମ ବୟସରେ ଦାନ୍ତ ସମସ୍ୟା ଦେଖାଯିବା ଚିନ୍ତାର ବିଷୟ । ତେଣୁ ଦାନ୍ତ ଗୁଡ଼ିକର ଯତ୍ନ ନେବା ଜରୁରୀ । ଯଦି ଆପଣ ଦାନ୍ତକୁ ଶକ୍ତ ରଖିବାକୁ ଚାହୁଁଛନ୍ତି ତେବେ ନିଜର ଡାଇଟରେ ଏହି ୫ଟି ଜିନିଷକୁ ନିହାତି ଭାବରେ ବ୍ୟବହାର କରନ୍ତୁ । ଏହା ଖାଦ୍ୟ ଗ୍ରହଣ କଲେ ଦାନ୍ତ ମଜବୁତ ହୋଇଥାଏ । ତେବେ ଜାଣିବା ଉକ୍ତ ଖାଦ୍ୟ ପଦାର୍ଥ ବିଷୟରେ ।
- ଭିଟାମିନ ସି ଯୁକ୍ତ ଫଳ ଓ ପରିବାର ଦାନ୍ତ ପାଇଁ ଭଲ । କରୋନା ସମୟରେ ଡାକ୍ତରମାନେ ମଧ୍ୟ ଭିଟାମିନ ସି ଯୁକ୍ତ ଫଳ ଓ ପରିବା ସେବନ କରିବାକୁ ପରାମର୍ଶ ଦେଉଛନ୍ତି । ଏହା ସେବନ କଲେ ଦାନ୍ତ ଓ ମାଢ଼ି ଶକ୍ତି ହୁଏ । ତେଣୁ କମଳା, ଲେମ୍ବୁ, ପତ୍ରକୋବି ଓ କୋବି ସେବନ କରିବା ଉଚିତ ।
- ଖାଇବାରେ କ୍ଷୀର, ଦହି ଓ ପନିର ସାମିଲ କରିବା ଦରକାର । ଏଥିରେ କ୍ୟାଲସିୟମ ଓ ଭିଟାମିନ ସି ମିଳେ । ଏହାର ସେବନ ଦ୍ୱାରା ହାଡ଼ ଶକ୍ତି ହେବା ସହ ମାଢ଼ି ମଧ୍ୟ ଶକ୍ତ ହୁଏ ।
- ଅଣ୍ଡା ପ୍ରୋଟିନର ମୁଖ୍ୟସ୍ରୋତ ହୋଇଥାଏ । ଏହା ସହିତ ଏଥିରେ ଭିଟାମିନ ଡି ଓ କ୍ୟାଲସିୟମ ମିଳେ । ଦାନ୍ତକୁ ମଜବୁତ ଓ ସୁସ୍ଥ ରଖିବା ପାଇଁ ଡାଇଟରେ ଅଣ୍ଡାକୁ ନିହାତି ସାମିଲ କରନ୍ତୁ ।
- ପାଣି ଶରୀର ପାଇଁ ମହତ୍ୱପୂର୍ଣ୍ଣ ଉପାଦାନ । ଏହା ଦ୍ୱାରା ଶରୀରରେ ଥିବା ଟକ୍ସିନ ବାହାରକୁ ବାହାରି ଯାଇଥାଏ । ପାଣି ବହୁତ ଗୁଡ଼ିକ ପୋଷକ ତତ୍ତ୍ୱ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।
- ଗ୍ରିନ ଟିରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଭରପୁରମାତ୍ରାରେ ମିଳିଥାଏ । ଏହା ସେବନ କଲେ ଓଜନ କମ ହୋଇନଥାଏ ମୁହଁରେ ଜୀବାଣୁ ସଂକ୍ରମଣରୁ ରକ୍ଷା ଦେଇଥାଏ । ଯଦ୍ୱାରା ଦାନ୍ତ ଓ ମାଢ଼ିରେ ଦେଖାଯାଉଥିବା ସମସ୍ୟା କମ ହୋଇଥାଏ ।