ପାଟକୁରାରେ ବିଜୟ ହିଁ ବିଜୟ କରିବେ:ବୈଜୟନ୍ତ

ପାଟକୁରାରେ ବିଜୟ ହିଁ ବିଜୟ କରିବେ:ବୈଜୟନ୍ତ

ପାଟକୁରାରେ ବିଜୟ ହିଁ ବିଜୟ କରିବେ:ବୈଜୟନ୍ତ
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ଦିନ ହେବାକୁ ଥିବା ହାଇଭୋଲଟେଜ ପାଟକୁରା ବିଧାନସଭା ନିର୍ବାଚନ ନେଇ ଏବେ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଛି । ମୌସୁମୀ ପାଇଁ ପାଣିପାଗ ଟିକିଏ ଥଣ୍ଡା ହୋଇଯାଇଥିବାବେଳେ ପାଟକୁରା ନିର୍ବାଚନ କିନ୍ତୁ ମାହୋଲକୁ ଏକଦମ ତତେଇ ରଖିଛି । ପାଟକୁରା ଗଡ଼କୁ ହାତେଇବା ପାଇଁ ମୁଖ୍ୟତଃ ବିଜେଡି ଓ ବିଜେପି କମର କସିଛନ୍ତି । ଏନେଇ ପ୍ରଚାର କାର୍ଯ୍ୟ ମଧ୍ୟ ଉଭୟ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି । ତେବେ ଶୁକ୍ରବାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାରବେଳେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରାଜେନ÷ତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରୀ ପଣ୍ଡା କହିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ପାଟକୁରା ନିର୍ବାଚନ ବିଳମ୍ବ କରାଗଲା । ଆଚରଣବିଧି ନଥିବାରୁ ବହୁତ ବେଆଇନ କାର୍ଯ୍ୟ କରାଗଲା । ଲୋକେ ସତର୍କ ହେଲେଣି । ଏଠାରେ ନିଶ୍ଚିତଭାବେ ବିଜେପିର ବିଜୟ ହେବ । ବିଧାନସଭାରେ ଯେଉଁଭଳି ଅଭିଜ୍ଞତା ଦରକାର, ଏବେ ବହୁତ କମ ଦେଖାଯାଉଛି । ବିଜୟ ବାବୁଙ୍କ ଭଳି ଅଭିଜ୍ଞ ନେତା ବିଧାନସଭା ଯିବା ଦରକାର ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି ।