ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ଯୋଗ ବି ହୋଇପାରେ କ୍ଷତିକାରକ

ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ଯୋଗ ବି ହୋଇପାରେ କ୍ଷତିକାରକ

ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ଯୋଗ ବି ହୋଇପାରେ କ୍ଷତିକାରକ
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଶରୀରରକୁ ଫିଟ୍ ଏବଂ ରୋଗରୁ ମୁକ୍ତ ରଖିବା ପାଇଁ ଯୋଗର ସାହାଯ୍ୟ ନେଉ । ଆପଣ ଜାଣିଛନ୍ତି କି ଯୋଗ ର କିଛି ନିୟମ ଥାଏ । ଯଦି ଯୋଗ କରିବା ସମୟରେ ଆପଣ ଏହି ଦିଗ ପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ଯୋଗକୁ ନେଇ କିଛି ଜରୁରୀ ନିୟମ । • ଯୋଗ କରିବା ପୂର୍ବରୁ ଆପଣଙ୍କୁ ୱାର୍ମଅପ୍ କରିବା ଜରୁରୀ । ସେଥିପାଇଁ ପ୍ରଥମେ ହାଲକା ଫୁଲକା ବ୍ୟାୟାମ କରନ୍ତୁ । ଯେତେବେଳେ ଆପଣଙ୍କ ଶରୀର ନମନୀୟ ହୋଇଯିବ, ସେତେବେଳେ ଯୋଗାସନ କରନ୍ତୁ । • ସକାଳେ ଯୋଗ କରନ୍ତୁ ବା ସନ୍ଧ୍ୟାରେ, ଏହି ବିଶେଷ ଦିଗ ପ୍ରତି ଧ୍ୟାନ ରଖନ୍ତୁ କି ସବୁବେଳେ ଯୋଗ ଖାଇବାର ୩ ଘଣ୍ଟା ପରେ କରିବା ଉଚିତ୍ । ଆପଣ ଖାଲି ପେଟରେ ବି ଯୋଗ କରିପାରିବେ । • ଏମିତି ନୁହେଁ କି ଆପଣ କୁଆଡେ ବି ଯାଇକି ଯେକୈାଣସି ଆସନ କରିବେ । ସବୁବେଳେ ପ୍ରଶିକ୍ଷକ ଦ୍ୱାରା ବତାଯାଇଥିବା ଅନୁସାରେ ଯୋଗ କରନ୍ତୁ । କାହିଁକିନା ଭୁଲ୍ ଆସନ କରିବା ଦ୍ୱାରା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଏମିତି କରିବା ଦ୍ୱାରା ଆପଣଙ୍କ ଅଣ୍ଟା ବିନ୍ଧା, ଆଣ୍ଠୁ ବ୍ୟଥା, ମାଂସପେଶୀ ଟାଣିବା ଆଦି ହୋଇପାରେ । • ଯୋଗାସନ କରିବା ପରେ ପରେ ଗାଧାନ୍ତୁନି । ଯେବେ ବି ଯୋଗ କରିବେ ତାହାର ତୁରନ୍ତ ପରେ ଗାଧାନ୍ତୁନି, କାହିଁକିନା କୈାଣସି ବି ବ୍ୟାୟାମ ବା ଅନ୍ୟ ଶାରୀରିକ ଗତିବିଧି ପରେ ଶରୀର ଗରମ ହୋଇଯାଏ । ଏହାପରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସେଥିପାଇଁ ଯୋଗ କରିିବାର ଏକ ଘଣ୍ଟା ପରେ ଗାଧାନ୍ତୁ । • ଯୋଗାସନ କରିବା ସମୟରେ ନିଜ ପାଖରେ ମୋବାଇଲ ଫୋନ ରଖନ୍ତୁନି । କାହିଁକିନା ଏହି ସମୟରେ ଆପଣଙ୍କ ଧ୍ୟାନ ବିଚ୍ୟୁତ ହେଲେ ଷ୍ଟେପ ଭୁଲ୍ ବି ହୋଇପାରେ ।