ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ

ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ
ଭଦ୍ରକ: ଭଦ୍ରକ ମେଡିକାଲ ପରିସରରେ ଥିବା କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । କୋଭିଡ ୱାର୍ଡ ତଳ ମହଲାରେ ଥିବା ଡିଜି ରୁମରେ ନିଆଁ ଲାଗିଛି । ବିଦୁ୍ୟତ ସର୍ଟସର୍କିଟ ଯୋଗୁଁ ଡିଜି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଁ ଭଦ୍ରକ ଜିଲ୍ଲାପାଳ ଓ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ କାହାର କିଛି ବିଶେଷ କ୍ଷତି ହୋଇନଥିବା ଜଣାଯାଇଛି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ନେଇ ବିଭିନ୍ନ ମେଡିକାଲରେ କୋଭିଡ ୱାର୍ଡ ଖୋଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି ।