ଓଡ଼ିଶାରେ ବଜ୍ରପାତ ସଂଖ୍ୟା ୩୭ ପ୍ରତିଶତ ବଢ଼ିଛି

ଓଡ଼ିଶାରେ ବଜ୍ରପାତ ସଂଖ୍ୟା ୩୭ ପ୍ରତିଶତ ବଢ଼ିଛି

ଓଡ଼ିଶାରେ ବଜ୍ରପାତ ସଂଖ୍ୟା ୩୭ ପ୍ରତିଶତ ବଢ଼ିଛି

ଭୁବନେଶ୍ୱର: ଓଡ଼ିଶାରେ ବଜ୍ରପାତ ସଂଖ୍ୟା ୩୭ ପ୍ରତିଶତ ବଢ଼ିଛି । ହେଲେ ବଜ୍ରପାତ ଜନିତ ମୃତୁ୍ୟ ସଂଖ୍ୟା କମ ରହିଛି । ୨୦୧୯-୨୦ ବର୍ଷରେ ରାଜ୍ୟରେ ୧୪ ଲକ୍ଷ ୨୦ ହଜାର ବଜ୍ରପାତ ହୋଇଥିବା ବେଳେ ୨୦୭ ଜଣଙ୍କର ମୃତୁ୍ୟ ହୋଇଥିଲା । ୨୦୨୦-୨୧ ବର୍ଷରେ ୨୦ ଲକ୍ଷ ୪୩ ହଜାର ବଜ୍ରପାତ ହୋଇଥିଲେ ମଧ୍ୟ ମୃତୁ୍ୟ ସଂଖ୍ୟା ୧୫୬ରେ ସୀମିତ ରହିଛି । ବଜ୍ରପାତ ଯଥେଷ୍ଟ ପୂର୍ବରୁ ସୂଚନା ପ୍ରଦାନ ବ୍ୟବସ୍ଥା ଏହି ମୃତୁ୍ୟ ହାରକୁ କମାଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ କରି ଜଣାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବାତ୍ୟା ଆଶ୍ରୟସ୍ଥଳରେ ବଜ୍ରପାତ ପ୍ରତିରୋଧକ ବ୍ୟବସ୍ଥା କରାଯାଇଥିବା ବେଳେ ଆଇଏମଡି ଯଥେଷ୍ଟ ପୂର୍ବରୁ ବଜ୍ରପାତ ନେଇ ଲୋକଙ୍କୁ ସଚେତନ କରାଉଛି । ତିନିରୁ ପାଞ୍ଚ ଦିନ ପୂର୍ବରୁ ‘ମିଡିୟମ ରେଞ୍ଜ’ ପାଇଁ ସଚେତନ କରାଯାଉଥିବା ବେଳେ ଗୋଟିଏରୁ ତିନି ଦିନ ପୂର୍ବରୁ ‘ସର୍ଟରେଞ୍ଜ’ ଓ ୨ ରୁ ୩ ପୂର୍ବରୁ ସତର୍କ କରିବା ପାଇଁ ‘ନାଓକାଷ୍ଟ କରାଯାଉଛି । ସେହିଭଳି ‘ଦାମିନୀ’ ଆପ ବଜ୍ରପାତର ନିର୍ଦ୍ଧିଷ୍ଟ ଅଞ୍ଚଳ ପାଇଁ ୪୦ ମିନିଟ ପୂର୍ବରୁ ସତର୍କ କରାଇ ଦେଉଛି । କ୍ଲାଇମେଟ ରେଜିଲେଣ୍ଟ ଅବଜର୍ଭିଙ୍ଗ ସିଷ୍ଟମସ ପ୍ରମୋସନ କାଉନସିଲ ରିପୋର୍ଟ ମୁତାବକ, ବିହାରରେ ସର୍ବାଧିକ ୪୦୧ ଜଣଙ୍କର ବଜ୍ରପାତରେ ମୃତୁ୍ୟ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୨୩୮ ଓ ମଧ୍ୟପ୍ରଦେଶରେ ୨୨୮ ଜଣଙ୍କର ମୃତୁ୍ୟ ହୋଇଛି ।