୧୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ନିବେଶକଙ୍କୁ ୪ ଲକ୍ଷ କୋଟିର କ୍ଷତି

୧୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ନିବେଶକଙ୍କୁ ୪ ଲକ୍ଷ କୋଟିର କ୍ଷତି

୧୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ : ନିବେଶକଙ୍କୁ ୪ ଲକ୍ଷ କୋଟିର କ୍ଷତି
ମୁମ୍ବାଇ : ଗୁରୁବାର ଭାରତୀୟ ସେୟାର ବଜାର ନିବେଶକଙ୍କୁ ୪ ଲକ୍ଷ କୋଟିର କ୍ଷତି ସହିବାକୁ ପଡିଛି । ସେନସେକ୍ସ ୧୧୦୦ ପଏଣ୍ଟ ତଳକୁ ଖସିବା ସହିତ ନିଫଟି ୩୨୬ ପଏଣ୍ଟ ତଳକୁ ଖସିଛି । ସେନସେକ୍ସ ୨.୯୬ ପ୍ରତିଶତ ତଳକୁ ଖସି ୩୬୫୫୩.୬୦ ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟି ୨.୯୬ ପ୍ରତିଶତ ତଳକୁ ଖସି ୧୦୮୦୫ ପଏଣ୍ଟ ରେ ପହଞ୍ଚିଛି । ଆଜିର ଦିନରେ ଟିସିଏସର ଅଂଶଧନ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ପାଇଛି । ଟାଟା ସନ୍ସ ଟିସିଏସ୍ ଗ୍ରୁପକୁ ବିକ୍ରି କରିବ ବୋଲି ଖବର ପ୍ରକାଶ ପାଇବା ପରେ ଟିସିଏସ୍ ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା । ତେବେ କରୋନା ସଂକ୍ରମଣ ବଢୁଥିବା କାରଣରୁ ସେୟାର ବଜାର ତଳକୁ ଖସିଥିବା ନେଇ ସମୀକ୍ଷକ ମାନେ ମତ ରଖିଛନ୍ତି ।