ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ: ବାଚସ୍ପତି

ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ: ବାଚସ୍ପତି

ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ: ବାଚସ୍ପତି
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ଶୁକ୍ରବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନରେ ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ଓ ୩ଟାରୁ ୫ଟା ଗୃହ କାର୍ଯ୍ୟ ଚାଲିବ । ଦୈନିକ ମୋଟ ସାଢେ ୪ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ସକାଳ ୮ଟାରୁ ବିଧାନସଭା ପରିସରରେ କୋଭିଡ ପରୀକ୍ଷା କରାଯିବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।