କଂଗ୍ରେସ ମୁଖ୍ୟ ସଚେତକ ଦଳ ଛାଡ଼ିଲେ

କଂଗ୍ରେସ ମୁଖ୍ୟ ସଚେତକ ଦଳ ଛାଡ଼ିଲେ

କଂଗ୍ରେସ ମୁଖ୍ୟ ସଚେତକ ଦଳ ଛାଡ଼ିଲେ
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କଂଗ୍ରେସ ଦଳ ପାଇଁ ଏକ ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କଂଗ୍ରେସ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛି । ଏହି ବିଲ ବିରୋଧରେ ଭୋଟ ଦେବା ପାଇଁ ରାଜ୍ୟସଭାରେ କଂଗ୍ରେସ ହ୍ୱିପ ଜାରି କରିବ ବୋଲି ଆଶା ରଖାଯାଇଥିଲା । କିନ୍ତୁ ଯିଏ ହ୍ୱିପ ଜାରି କରିବା କଥା ସେ ଦଳକୁ ବଡ଼ ଝଟକା ଦେଇଛନ୍ତି । ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଥିବା ଆସାମର ସାଂସଦ ଭୁବନେଶ୍ୱର କଲିତା ରାଜ୍ୟସଭା ସଦସ୍ୟ ପଦ ସମେତ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । କଲିତା କହିଛନ୍ତି, କଶ୍ମୀର ପ୍ରସଙ୍ଗରେ କଂଗ୍ରେସ ଦଳ ତାଙ୍କୁ ହ୍ୱିପ୍ ଜାରି କରିବାକୁ କହିଥିଲା । କିନ୍ତୁ ସତ୍ୟ ହେଲା ଏହା ସମ୍ପୂର୍ଣ୍ଣ ଭାବେ ଦେଶର ଭାବନା ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି ଏବଂ ହ୍ୱିପ ଜାରି କରିବା ସାଧାରଣ ଲୋକଙ୍କ ଭାବନା ବିରୋଧୀ । କଂଗ୍ରେସ ଏହି ଆଦର୍ଶ ସହିତ ଆତ୍ମହତ୍ୟା କରୁଛି ଏବଂ ମୁଁ ଏହାର ଅଂଶବିଶେଷ ହେବାକୁ ଚାହୁଁନାହିଁ । ମୁଁ ହ୍ୱିପକୁ ପାଳନ କରିବି ନାହିଁ ଏବଂ ଇସ୍ତଫା ଦେଉଛି । କଂଗ୍ରେସର ନେତୃତ୍ୱକୁ କଂଗ୍ରେସକୁ ନଷ୍ଟ କରିବାକୁ ପ୍ରଚେଷ୍ଟା କରୁଛନ୍ତି । ତେଣୁ ଧ୍ୱଂସକୁ କଂଗ୍ରେସକୁ କେହି ଅଟକାଇ ପାରିବେ ନାହିଁ ବୋଲି ଶ୍ରୀ କଲିତା କହିଛନ୍ତି ।