ବିଜୟ ଦିବସରେ ଶହୀଦଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ବିଜୟ ଦିବସରେ ଶହୀଦଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ବିଜୟ ଦିବସରେ ଶହୀଦଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀଠାରେ ପହଞ୍ଚି କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୫୨୭ ବୀର ଯବାନଙ୍କ ବଳିଦାନରେ ଭାରତ କାରଗିଲ ବିଜୟ ହାସଲ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସେହି ବୀର ଯବାନଙ୍କ ତ୍ୟାଗକୁ ମନେପକାଇଥିଲେ। ସୂଚନାଯୋଗ୍ୟ, ୧୯୯୯ରେ ପାକିସ୍ତାନୀ ସେନା କାରଗିଲ ପାହାଡ଼ରେ ଅନୁପ୍ରବେଶ କରି ତାହାକୁ କବ୍‌ଜା କରିନେଇଥିଲା, ଯେଉଁଥିପାଇଁ କାରଗିଲ ଯୁଦ୍ଧର ସୂତ୍ରପାତ ହୋଇଥିଲା। ଭାରତୀୟ ସେନା ପାକିସ୍ତାନ ସହିତ ଦୀର୍ଘ ୩ମାସ ଧରି ଯୁଦ୍ଧ କରିବା ପରେ ୧୯୯୯ ଜୁଲାଇ ୨୬ରେ କାରଗିଲ ବିଜୟ ହାସଲ କରିଥିଲା। ଏହି ଦିବସକୁ ସ୍ମରଣ କରିବା ଲାଗି ପ୍ରତିବର୍ଷ ଜୁଲାଇ ୨୬ରେ କାରଗିଲ ବିଜୟ ଦିବସ ପାଳନ କରାଯାଉଛି।