ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କଣ ସବୁ ନୂଆ ନିୟମ ଆସିଛି

ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି କି, ଜାଣନ୍ତୁ କଣ ସବୁ ନୂଆ ନିୟମ ଆସିଛି

ହ୍ୱାଟ୍ସଅପ ବ୍ୟବହାର କରୁଛନ୍ତି  କି, ଜାଣନ୍ତୁ କଣ ସବୁ ନୂଆ ନିୟମ ଆସିଛି
ହ୍ୱାଟ୍ସଅପ ତାହାର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ହ୍ୱାଟ୍ସଆପ ୟୁଜର୍ସ ବା ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଣୁ ସମସ୍ତ ୟୁଜର୍ସଙ୍କୁ ପପଅପ୍ ମେସେଜ ପଠାଇ ଅନୁମତି ଲୋଡୁଛି । ଯଦି ଆପଣ ହ୍ୱାଟ୍ସଅପ ଚଳାଇବାକୁ ଚାହୁଁଛନ୍ତି ତାହେଲେ ତାହାର ସର୍ତରେ ରାଜି ହେବାକୁ ପଡିବ, ନହେଲେ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଣ୍ଟ ଛାଡିବାକୁ ପଡିବ । ହ୍ୱାଟ୍ସଆପ ସବୁବେଳେ ଏହାର ବ୍ୟବହାରକାରୀଙ୍କୁ କହି ଆସୁଥିଲା, ଆପଣଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କଂପାନୀ ସବୁ ବେଳେ ସମ୍ମାନ କରେ । ସେଥିପାଇଁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନର ଗ୍ୟାରେଂଟି ମଧ୍ୟ ଦେଉଥିଲା । କିନ୍ତୁ ଆଉ ଏକ ମାସ ଭିତରେ ହ୍ୱାଟସଆପ ବଦଳିବାକୁ ଯାଉଛି । ଆଉ ସେହି ଗୋପନୀୟତା ମିଳିବ ନାହିଁ । ରାଜି ଥିଲେ ଆପଣ ହ୍ୱାଟ୍ସଅପରେ ରହିବେ କିମ୍ବା ଫେବୃୟାରୀ ୮ ତାରିଖରୁ ଆପଣଙ୍କୁ ହ୍ୱାଟ୍ସଅପ ଆକାଉଂଟ ଛାଡିବାକୁ ପଡିବ । ସୋସିଆଲ ମିଡିଆ ଫେସବୁକ ନୂଆ ବର୍ଷ ଅବସରରେ ତାହାର ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ଅପଡେଟ କରିଛି । ଏବେ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଖକୁ କମ୍ପାନୀ ଏଭଳି ପପଅପ୍ ମ୍ୟାସେଜ ପଠାଉଛି । ମ୍ୟାସେଜରେ ଦୁଇଟି ବିକଳ୍ପ ରହିଛି ଗୋଟିଏ ଆପଣ ନୂଆ ପ୍ରାଇଭେସି ପଲିସିକୁ ଗ୍ରହଣ କରିବେ କିମ୍ବା ନିଜ ହ୍ୱାଟସଆପ ଆକାଉଂଟକୁ ଡିଲିଟ କରିଦେବେ । ହ୍ୱାଟ୍ସଆପର ନୂଆ ପିଲିସିରେ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଫେସବୁକ ଓ ଫେସବୁକ ଅନ୍ୟ କଂପାନୀକୁ ସେୟାର କରିବ । ଏପରି ହେଲେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସାଧାରଣକୁ ଆସିଯିବାର ଭୟ ରହିଛି । ପୂର୍ବରୁ ମଧ୍ୟ ହ୍ୱାଟ୍ସଆପ୍ ଫେସବୁକ ଓ ଥାର୍ଡ ପାର୍ଟି ଆପ ସହ ୟୁଜର୍ସଙ୍କ ଡାଟା ସେୟାର କରୁଥିଲା । ହେଲେ ଏବେ ବ୍ୟବହାରକାରୀଙ୍କ ଅନୁମତି ଲୋଡି ହ୍ୱାଟ୍ସଆପ୍ ଆଇନ ସମ୍ମତ ଭାବେ ତାହା କରିବାକୁ ଯାଉଛି । ହ୍ୱାଟ୍ସଆପ ଆପଣଙ୍କ କେଉଁ ତଥ୍ୟ ଫେସବୁକ ଓ ଥାର୍ଡ ପାର୍ଟି ଆପକୁ ସେୟାର କରିବଟ୍ଟଫୋନ ନମ୍ବର, ସେବା ସମ୍ପର୍କିତ ସୂଚନା, ମୋବାଇଲ୍ ଡିଭାଇସ ସମ୍ପର୍କିତ ସୂଚନା, ଆଇପି ଆଡ୍ରେସ । ନୂଆ ପ୍ରାଇଭେସୀ ଟର୍ମ ଓ ପଲିସିକୁ ଆସେପ୍ଟ ବା ଗ୍ରହଣ କରିବାକୁ ବ୍ୟବହାରକାରୀଙ୍କୁ ଫେବୃୟାରୀ ୮ ତାରିଖ ଯାଏଁ ସମୟ ଦେଇଛି ହ୍ୱାଟ୍ସଆପ । ଏହି ସମୟ ଭିତରେ ଯେଉଁ ୟୁଜର୍ସ ନୂଆ ଟର୍ମ ଓ ପଲିସିକୁ ଆସେପ୍ଟ କରିବେ ନାହିଁ, କମ୍ପାନୀ ସେମାନଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ଡିଲିଟ୍ କରିଦେବ ।