ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ, ଏହି ସମସ୍ୟାରେ ପଡ଼ିବେ

ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ, ଏହି ସମସ୍ୟାରେ ପଡ଼ିବେ

ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ, ଏହି ସମସ୍ୟାରେ ପଡ଼ିବେ
ଘରେ ବୟସ୍କ ବ୍ୟକ୍ତିମାନେ ଆମକୁ ଅନେକ ଭଲ କଥା କହିଥାନ୍ତି , ଯାହାକି ଆମର ଜୀବନରେ ବହୁତ କାମରେ ଆସେ। ଅନେକ ସମୟରେ ସେ ଭୋଜନ ବିଷୟରେ ମଧ୍ୟ କହିଥାନ୍ତି କି , କେମିତି ଭାବରେ ଭୋଜନ କରିବା ଉଚିତ୍‌। ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେଉଁଭଳି ଭାବେ ବୟସ୍କ ବ୍ୟକ୍ତିମାନେ ଭୋଜନ କରିବାକୁ କହିଥାନ୍ତି , ଯଦି ସେହିଭଳି କରାଯାଏ ତ ଧନ ସହ ଆପଣଙ୍କର ଆୟୁଷ ମଧ୍ୟ ବଢ଼ିଥାଏ । ଆଜି ଆମେ ଆପଣଙ୍କୁ ଭୋଜନ କରିବାର ତରିକା ବିଷୟରେ କହିବୁ , ଯାହାକି ଘରର ବୟସ୍କ ବା ବୃଦ୍ଧ ବ୍ୟକ୍ତିମାନେ କହିଥାନ୍ତି । କେବେ ଅନ୍ନର ଅପମାନ କରନ୍ତୁ ନାହିଁ – ଶାସ୍ତ୍ର ଅନୁଯାୟୀ, କେବେ ବି ଭୋଜନକୁ ଖରାପ କରନ୍ତୁ ନାହିଁ । ଏଥିରେ ଅନ୍ନର ଅପମାନ ହୋଇଥାଏ । ଯଦି ରୁଚିକର ହୋଇନିତ ବା ପସନ୍ଦ ଆସିନିତ ଅନ୍ନକୁ ପ୍ରଣାମ କରି କ୍ଷମା ମାଗିନିଅ । ଶାସ୍ତ୍ରରେ କୁହାଯାଇଛି ଭୋଜନ କରିବା ସମୟରେ ମଝିରେ ଉଠନ୍ତୁ ନାହିଁ । ଏହା କଲେ ଦେବୀ ଅନ୍ନପୂର୍ଣ୍ଣା ଅସନ୍ତୁଷ୍ଟ ହୁଅନ୍ତି ବୋଲି ମାନ୍ୟତା ଅଛି । ଏହି ଭୋଜନ ଦେହରେ ଲାଗେ ନାହିଁ । ଭୋଜନ ପୂର୍ବରୁ ପ୍ରଥମେ ଏହି କାମ କରନ୍ତୁ – ଭୋଜନ କରିବା ପୂର୍ବରୁ ନିଜର ଗୁରୁ , ଦେବୀ –ଦେବତା ବା ନିଜର ପୂର୍ବପୁରୁଷଙ୍କୁ ଧ୍ୟାନ କରିବା ଉଚିତ୍‌ ଏବଂ ପ୍ରଥମ ମୁଠା ଖାଦ୍ୟ ତାଙ୍କୁ ସମର୍ପିତ କରିବା ଉଚିତ୍‌ । ପୁଣି ଏହି କିଛି ଖାଦ୍ୟକୁ ପଶୁ-ପକ୍ଷୀଙ୍କୁ ଖାଇବାକୁ ଦିଅ। ଯଦି ଆପଣ ଭୂଇଁ ଉପରେ ବସି ଖାଦ୍ୟ ଖାଉଛନ୍ତି ତ ପ୍ଲେଟ୍‌ ସବୁବେଳେ ଚୌକି ବା ଆସନ ଉପରେ ରଖନ୍ତୁ , ପୁଣି ଭୋଜନ କରନ୍ତୁ । କେବେ ଭୂଇଁରେ ପ୍ଲେଟ୍‌ ରଖନ୍ତୁ ନାହିଁ। ଏପରି କଲେ ଖରାପ ପ୍ରଭାବ ପଡ଼େ – ଖାଦ୍ୟକୁ କେବେ ଗୋଳାଇଘାଣ୍ଟି ଖାଆନ୍ତୁ ନାହିଁ । ଭୋଜନ ସବୁବେଳେ ଶାନ୍ତିରେ ଓ କୌଣସି ଶବ୍ଦ ନକରି ଖାଇବା ଉଚିତ୍‌। ଶବ୍ଦ କରି ଖାଇଲେ ଏହା ଖରାପ ଗୁଣ ବୋଲି ଧରାଯାଏ । ଏହାସହ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ରହେ । ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଏପରି ଖାଇଲେ ଦେବତାକୁ ଅପମାନ ହୋଇଥାଏ – ଭୋଜନ କଲାବେଳେ ଖାଦ୍ୟକୁ ସମ୍ମାନ କରିବା ଉଚିତ୍‌ । କେବେ ବି ଶେଯ ଉପରେ ବସି , ହାତରେ ଥାଳି ନେଇ ,ଶୋଇ ବା ଛିଡ଼ା ହୋଇ ଖାଇବା ଉଚିତ୍‌ ନୁହେଁ । ଏମିତି କଲେ ଅନ୍ନ ଦେବତାଙ୍କୁ ଅପମାନ ହୋଇଥାଏ । ଭୋଜନ ସର୍ବଦା ବସିକରି ଓ ହାତଗୋଡ଼ ଧୋଇହୋଇ ଖାଇବା ଉଚିତ୍‌ । ଏହିପରି ଭୋଜନ କଲେ ଶୁଭ ମନେକରାଯାଏ ଏବଂ ଦେବତାଙ୍କ ଆର୍ଶିବାଦ ମିଳେ । ଏହି ଦିଗକୁ ମୁହଁ କରି ଖାଆନ୍ତୁ – ବାସ୍ତୁ ଅନୁସାରେ,ପ୍ରତିଦିନ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ୍‌। ଏମିତି କରିବାରେ ଆପଣଙ୍କ ବୟସ ବଢ଼ିବା ସହ ଲକ୍ଷ୍ମୀ ଦେବୀଙ୍କ କୃପା ମଧ୍ୟ ମିଳିଥାଏ । କାରଣ ଉତ୍ତର ଦିଗରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ ।