ଏହି କାରଣରୁ ହୋଇଥାଏ ତୁର୍କି ଲୋକଙ୍କ ମୃତ୍ୟୁ
ଏହି କାରଣରୁ ହୋଇଥାଏ ତୁର୍କି ଲୋକଙ୍କ ମୃତ୍ୟୁ
admin
Feb 1, 2020 - 11:54
Updated: Feb 1, 2020 - 11:54
ବିଶ୍ୱର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ତୁର୍କୀ ଜଣାଯାଏ । କଳା ଓ ସ୍ଥାପତ୍ୟରେ ଭରପୁର ଏଇ ରାଇଜର ଏକ ମୁଖ୍ୟ ଆକର୍ଷଣ ହେଉଛି ସ୍ଥାନୀୟ ଅଞ୍ଚଳରେ ଥିବା ‘ଗ୍ରୀକ୍-ରୋମାନ’ ମନ୍ଦିର । ସେଠା ଲୋକଙ୍କ ମତରେ ଏଇ ମନ୍ଦିର ନିକଟରେ ଯେତେ କମ୍ ସମୟ ଅତିବାହିତ କରିବ, ସେତେ ଭଲ । ନଚେତ ଅଧିକ ସମୟ ଅତିବାହିତ କରୁଥିବା ଲୋକଙ୍କର କୌଣସି ନା କୌଣସି କାରଣରୁ ମୃତ୍ୟୁ ହୋଇଯାଏ । ଅତୃପ୍ତ ଆତ୍ମା ଏଇ ସ୍ଥାନ ଚାରିପାଶ୍ୱରେ ବିଚରଣ କରୁଥିବା ପ୍ରାୟ ଲୋକ ପ୍ରକାଶ କରୁଥିଲେ । କିଛି ବର୍ଷ ତଳେ ଗବେଷକମାନେ ଏହାର ସତ୍ୟତା ଅନୁଧ୍ୟାନ ନିମନ୍ତେ ଗବେଷଣା ଆରମ୍ଭ କଲେ । ମନ୍ଦିର ଚାରିପାଖେ ଓ ଭିତରେ ବିଷାକ୍ତ ଗ୍ୟାସ ମହଜୁଦ ଥିବାରୁ ତାହା କାରଣରୁ ଲୋକ ପ୍ରାଣ ହରାଇଥାନ୍ତି ବୋଲି ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା । ୩୦ ମିନିଟରୁ ଅଧିକ ସମୟ ମନ୍ଦିର ଚାରିପାଖରେ ବୁଲାବୁଲି କଲେ ତାହା ମୃତ୍ୟୁର କାରଣ ହୋଇଥାଏ । ଅଙ୍ଗାରକାମ୍ଳ ଠାରୁ ଅଧିକ କ୍ଷତିକାରକ ଏଇ ଗ୍ୟାସ ସେହି ଅଞ୍ଚଳରେ ଅଧିକ ପରିମାଣରେ ଥିବାରୁ ତାହା ଆମ ନିଃଶ୍ୱାସ ପ୍ରଶ୍ୱାସକୁ ଅବରୋଧ କରୁଥିବାର ଗବେଷକ ପ୍ରକାଶ କରିଛନ୍ତି । ତଥ୍ୟ ପ୍ରମାଣିତ ହେବା ପରେ ଏବେ ଏହି ଦର୍ଶନୀୟ ସ୍ଥାନ ପାଖକୁ ଯିବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ଯିବା ନିମନ୍ତେ ବନ୍ଦ କରାଯାଇଛି ।