ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକିର ଲକଭିକୁ ୧୫ ବର୍ଷ ଜେଲ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକିର ଲକଭିକୁ ୧୫ ବର୍ଷ ଜେଲ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକିର ଲକଭିକୁ ୧୫ ବର୍ଷ ଜେଲ
ମୁମ୍ବାଇ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକିର ଲକଭିକୁ ୧୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନ କୋର୍ଟ ଜାକିରକୁ ଏହି ଦଣ୍ଡ ବିଧାନ କରିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣର ସେ ଥିଲା ମୁଖ୍ୟ ଅଭିଯୁକ୍ତ । ଆତଙ୍କବାଦୀମାନଙ୍କୁ ଜାକିର ଅର୍ଥ ପ୍ରଦାନ କରୁଥିଲା । ଲାହୋର ଆତଙ୍କବାଦୀ ନିରୋଧ କୋର୍ଟ ତଥ୍ୟ ପ୍ରମାଣ ଆଧାରରେ ତାକୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୈସ ଇ ମହମ୍ମଦର ମୁଖ୍ୟ ମାସୁଦ ଆଜାରକୁ ବି ପୂର୍ବରୁ ଦଣ୍ଡିତ କରାଯାଇଥିଲା । ଜାନୁଆରୀ ୨ରେ ପାକିସ୍ତାନ ଲସ୍କର ଇ ତୋଇବାର ଲକଭିକୁ ଗିରଫ କରିଥିବା ନେଇ ସୂଚନା ଦେଇଥିଲା । ଜାକିରକୁ ଜାତିସଂଘ ବି ଆତଙ୍କବାଦୀର ଆଖ୍ୟା ଦେଇସାରିଛି । ୨୦୧୫ରୁ ସେ ଜାମିନରେ ଥିଲା । କିନ୍ତୁ ଏବେ ଜାତିସଂଘରେ ଭାରତର ଦବଦବା ବୃଦ୍ଧିପାଇଛି । ଅପରପକ୍ଷରେ ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ଏକ ଘରିଆ ହୋଇଯାଇଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ବି ପାକିସ୍ତାନ ଉପରେ ଚାପ ପକାଇ ଆସୁଥିଲେ ।