ପରଲୋକରେ ପାରିକର
ପରଲୋକରେ ପାରିକର
admin
Mar 18, 2019 - 04:55
Updated: Mar 18, 2019 - 04:55
ଗୋଆ: ଆରପାରିକୁ ଚାଲିଗଲେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ପାନ୍କ୍ରିଆଟିକ୍ କର୍କଟରେ ପୀଡ଼ିତି ଥିବା ପାରିକର ୬୩ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ରୋଗରେ ପୀଡ଼ିତ ଥିବା ବେଳେ ମଧ୍ୟ ସେ ନିଜ କର୍ତ୍ତବ୍ୟ କରିବାରେ ହେଳା କରି ନଥିଲେ । ତେବେ ଆଜି ସକାଳ ପାଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ରୂପେ ବିଗିଡ଼ିବାରେ ଲାଗିଥିଲା । ସୂଚନା ଅନୁଯାୟୀ ରବିବାର ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ହେବାରେ ଲାଗିଥିଲା । ଏନେଇ ଗୋଆ ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ଶନିବାର ବିଳମ୍ବିତ ରାତି ଠାରୁ ଜୀବନରକ୍ଷକ ପ୍ରଣାଳୀରେ ଥିଲେ । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ରବିବାର ସନ୍ଧ୍ୟା ୬ଟା ୪୦ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସୋମବାର ପୂର୍ବାହ୍ନ ସାଢ଼େ ୯ଟାରୁ ୧୦ଟା ପର୍ୟ୍ୟନ୍ତ ତାଙ୍କ ପାର୍ଥିବ ଶରୀର ବିଜେପି ମୁଖ୍ୟ କାର୍ୟ୍ୟାଳୟରେ ରଖାଯିବ । ଏହା ପରେ ଶରୀରକୁ କଳା ଏକାଡେମି ନିଆଯିବ । ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କଳା ଏକାଡେମିରେ ପାରିକରଙ୍କ ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସାଧାରଣ ଲୋକ ଯାଇପାରିବେ । ପାରିକରଙ୍କ ଅନ୍ତିମ ଯାତ୍ରା ସନ୍ଧ୍ୟା ୪ଟା ପରେ ଆରମ୍ଭ ହେବ । ଶେଷରେ ସନ୍ଧ୍ୟା ସାଢ଼େ ୫ଟାରେ ମିରାମର ଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ସ୍ଥିର କରାଯାଇଛି ।