ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଲେ ବିଜେପି ସାଂସଦ

ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଲେ ବିଜେପି ସାଂସଦ

ଚୌକିଦାରଙ୍କୁ ଇସ୍ତଫାପତ୍ର ଦେଲେ ବିଜେପି ସାଂସଦ
ଲକ୍ଷ୍ନୌ: ଟିକେଟ ନ ପାଇଥିବା ଅସନ୍ତୁଷ୍ଟ ନେତାମାନେ ଏବେ ଦଳଡିଆଁ ରାଜନୀତିରେ ବ୍ୟସ୍ତ । ଏହି କ୍ରମରେ ସାମିଲ ହୋଇଛନ୍ତି ଉତରପ୍ରଦେଶର ହରଦୋଇ ସାଂସଦ ଅଂଶୁଳ ବର୍ମା । ବିଜେପି ଛାଡି ସେ ଆଜି ସମାଜବାଦୀ ପାର୍ଟି (ସପା)ରେ ସାମିଲ ହୋଇଛନ୍ତି । ବିଜେପିର ମୁଁ ବି ଚୌକିଦାର ଅଭିଯାନକୁ ଦୃଢ ବିରୋଧ ପୂର୍ବକ ସେ ନିଜର ଇସ୍ତଫା ପତ୍ର ବିଜେପି କାର୍ଯ୍ୟାଳୟରେ ଥିବା ଚୌକିଦାରଙ୍କୁ ଦେଇଛନ୍ତି । ଇସ୍ତଫା ପତ୍ର ସହ ସେ ଚୌକିଦାରୀଙ୍କୁ ୧୦୦ ଟଙ୍କା ମଧ୍ୟ ଦେଇଛନ୍ତି । ଇସ୍ତଫା ପତ୍ର ଦେଇ କହିଛନ୍ତି ସେ କୌଣସି ଚୌକିଦାରୀ କରି ପାରିବେନି କି ତାଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡି ପାରିବେନି । ସେ ପୂର୍ବରୁ ଅଂଶୁଳ ବର୍ମା ଥିଲେ ଏବେ ମଧ୍ୟ ଅଂଶୁଳ ବର୍ମା ଅଛନ୍ତି । ଟିକେଟରୁ ବଂଚିତ ହେବାର କାରଣ ଦର୍ଶାଇ ସେ ବିଜେପିକୁ ଜୋରଦାର ଆକ୍ରମଣ ମଧ୍ୟ କରିଛନ୍ତି । ପାସି ସମୁଦାୟର ଏକ ସମ୍ମିଳନୀରେ ମନ୍ଦିର ମଧ୍ୟରେ ମଦ ବଂଟାଯାଇଥିବା ଘଟଣାରୁ ସେ ସ୍ୱରଉତଳନ କରିଥିବାରୁ ତାଙ୍କର ଟିକେଟ କଟା ଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ପତ୍ର ଲେଖିଥିଲେ ମଧ୍ୟ ଯୋଗୀ ନିରୁତର ଥିବା ସେ ଅଭିଯୋଗ କରିଛନ୍ତି । ନିଜନାମ ପୂର୍ବରୁ ଚୌକିଦାର ଶବ୍ଦ ନଯୋଡିବା ମଧ୍ୟ ତାଙ୍କୁ ଟିକେଟ ନ ମିଳିବାର ଅନ୍ୟ ଏକ କାରଣ ହୋଇପାରେ ବୋଲି ସେ କହିଛନ୍ତି । ଉଲ୍ଲଖଯୋଗ୍ୟ,ତାଙ୍କ ବଦଳରେ ଏହି ଆସନରୁ ବିଜେପି ଜୟପ୍ରକାଶ ରାୱତଙ୍କୁ ଟିକେଟ ଦେଇଛି ।