ହସ୍ପିଟାଲରେ ରାଜନୀକାନ୍ତ

ହସ୍ପିଟାଲରେ ରାଜନୀକାନ୍ତ

ହସ୍ପିଟାଲରେ ରାଜନୀକାନ୍ତ
ଚେନ୍ନାଇ: ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ଭାରତର ସୁପରଷ୍ଟାର ଜନୀକାନ୍ତ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ଖବର ବ୍ୟାପିବା ପରେ ତାଙ୍କ ଫ୍ୟାନମାନେ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି । ତେବେ ରଜନୀଙ୍କ ପରିବାର ପକ୍ଷରୁ କୁହାଯାଇଛି, ରୁଟିନ ଚେକ୍‌ଅପ ପାଇଁ ହସ୍ପିଟାଲରେ ଭର୍ତି ହୋଇଛନ୍ତି। ଗୁରୁବାର ଅପରାହ୍ନ ସାଢ଼େ ଚାରିଟାବେଳେ ରଜନୀକାନ୍ତଙ୍କୁ ହସ୍ପିଟାଲ ଭର୍ତି କରିଯାଇଥିଲା । ରଜନୀ ଶୀଘ୍ର ସୁସ୍ଥ ହେବା ପାଇଁ ତାଙ୍କ ଫ୍ୟାନମାନେ ଭଗବାନଙ୍କୁ ପ୍ରାର୍ଥନା ଜାରି ରଖିଛନ୍ତି । ରଜନୀ ଶୀଘ୍ର ସୁସ୍ଥ ହୋଇ ପୁଣି ଫିଲ୍ମ ଜଗତରେ ସକ୍ରିୟ ହେବେ ବୋଲି ଫ୍ୟାନ୍ସମାନେ କାମନା କରିଛନ୍ତି।