ଆଜି ଶଙ୍ଖ ଫୁଙ୍କିବେ ବିଶ୍ୱ

ଆଜି ଶଙ୍ଖ ଫୁଙ୍କିବେ ବିଶ୍ୱ

ଆଜି ଶଙ୍ଖ ଫୁଙ୍କିବେ ବିଶ୍ୱ
ଭୁବନେଶ୍ବର: ବିଜେପିକୁ ବାଏ ବାଏ କରିବା ପରେ ଆଜି ଶଙ୍ଖ ଫୁଙ୍କିବେ। ଯାଜପୁର ଜିଲ୍ଲା ବରୀର ଟାଣୁଆ ଯୁବ ନେତା ତଥା ଗତ ନିର୍ବାଚନରେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକ ଆଜି ବିଜେଡିରେ ମିଶିବେ। ଆଜି ଦିନ ୧୧ଟାରେ ଯୁବ ବିଜେଡି କାର୍ୟ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣରେ ସେ ବିଜେଡିରେ ସାମିଲ ହେବେ । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ୟ୍ୟବେକ୍ଷକ, ଦଳର ବରିଷ୍ଠ ନେତା, ବରୀ ବିଧାୟକ, ଧର୍ମଶାଳା ବିଧାୟକଙ୍କ ଉପସ୍ଥିତରେ ବିଶ୍ବ ଶଙ୍ଖ ଫୁଙ୍କିବେ । ଗତ ୨୦ ତାରିଖରେ ଗତ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ବରଞ୍ଜନ ମଲ୍ଲିକଙ୍କ ସମେତ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ମଧ୍ୟ ଇସ୍ତଫା ଦେଇଥିଲେ । ବିଶ୍ଵରଞ୍ଜନଙ୍କ ସହ ବରୀ ବ୍ଲକର ଚ୍ୟାୟାରମ୍ୟାନ, ଭାଇସ ଚ୍ୟାୟାରମ୍ୟାନ, ଜିଲାପରିଷଦ, ୩୫ ରୁ ଉର୍ଦ୍ଧ୍ବ ସରପଞ୍ଚ- ସମିତି ସଭ୍ୟ ଏବଂ ଶତାଧୀକ କର୍ମୀଙ୍କ ସହ ବିଶ୍ବରଞ୍ଜନ ବିଜେଡିରେ ମିଶିବେ । ପୂର୍ବରୁ ଧର୍ମଶାଳାର ବିଜେପି ବିଧାୟକ ପ୍ରାର୍ଥୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।