ଦିଲ୍ଲୀ ନିର୍ବାଚନ ପାଇଁ ଚାଲିଛି ମତଦାନ: ୬୭୨ ପ୍ରାର୍ଥୀଙ୍କ ଭାବ୍ୟ ନିର୍ଦ୍ଧାରଣ କରିବେ ୧କୋଟି ୪୭ଲକ୍ଷ ଭୋଟର, ଆପ-କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ସଂଧ୍ୟା ୬ଟା ଯାଏଁ ଚାଲିବ । ଦିଲ୍ଲୀରେ ମୋଟ୍ ୧ କୋଟି ୪୭ ଲକ୍ଷ ଭୋଟର ୧୩ ହଜାର ୭୫୦ ପୁଲିଂ ବୁଥରେ ମତଦାନ କରିବେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଏଥର ମୈଦାନରେ ଅଛନ୍ତି ମୋଟ୍ ୬୭୨ ପ୍ରାଥୀ । ଦିଲ୍ଲୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନିର୍ବାଚନ ଦାୟିତ୍ୱରେ ପ୍ରାୟ ୭୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ଦିଲ୍ଲୀ ପୋଲିସର କେବଳ ୪୦ ହଜାର ପୋଲିସ ମୁତୟନ କରାଯାଇଛି । ସେପଟେ ମତଦାନ ପାଇଁ ବଡ ବ୍ୟବସ୍ଥା କରାଯାଇଛି । ରାତି ୪ ଟାରୁ ମେଟ୍ରୋ ଟ୍ରେନ ଗଡିଛି । ସେହିପରି ୬ ତାରିଖରୁ ଆସନ୍ତା ୯ ତାରିଖ ଯାଏଁ ମଦ ଦୋକାନ ବନ୍ଦ ରଖିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ବାଚନକୁ ନଜରରେ ରଖି ୫୦ଦିନ ଧରି ଆନ୍ଦୋଳନ ଚାଲିଥିବା ସାହିନ ବାଗ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦିଲ୍ଲୀରେ ବିଶେଷ କରି ଏଥର ତ୍ରିମୁଖୀ ଲଢେଇ ହେଉଛି । ୨୦ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ଦୂରରେ ଥିବା ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ସେପଟେ ୫ବର୍ଷ ଶାସନର ଉପଲବ୍ଧିକୁ ଆଧାର କରି କ୍ଷମତା ବଜାୟ ରଖିବାକୁ କସରତ କରୁଛନ୍ତି ଆପ ମୁଖ୍ୟ । ଶାସନରେ ଥିବା ଆମ୍ ଆଦମୀ ପାର୍ଟି ଓ ବିଜେପିକୁ ଚକମା ଦେବାକୁ ଯୋଜନା କରୁଛି କଂଗ୍ରେସ । ଅରବିନ୍ଦ କେଜ୍ରିୱାଲ ୨୦୧୩ରେ କଂଗ୍ରେସକୁ ହରାଇ ନୂଆ ଦିଲ୍ଳୀରେ କ୍ଷମତାକୁ ଆସିବା ପରଠାରୁ ଦଳର ଜୟ ଯାତ୍ରା ଜାରି ରହିଛି ।