ଛୋଟ ଦୋକାନରେ ବିକ୍ରି ହେବ ଏଲ୍ପିଜି ସିଲିଣ୍ଡର
ଛୋଟ ଦୋକାନରେ ବିକ୍ରି ହେବ ଏଲ୍ପିଜି ସିଲିଣ୍ଡର
ନୂଆଦିଲ୍ଲୀ: ଛୋଟ ଏଲପିଜି ସିଲିଣ୍ଡର ଛୋଟ ଦୋକାନରେ ବିକ୍ରି ହୋଇ ପାରିବ। ସୁଲଭ ମୂଲ୍ୟରେ ସିଲିଣ୍ଡର ବିକ୍ରି କରିବା ଅନୁମତି ମିଳିବ। ଏ ବାବଦରେ କେନ୍ଦ୍ର ସରକାର ବିଚାର କରଛନ୍ତି । ଏନେଇ ରାଜ୍ୟ ଓ ତୈଳ କଂପାନିଗୁଡ଼ିକ ସହ କେନ୍ଦ୍ର ସରକାର ଆଲୋଚନା କରିଛନ୍ତି ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି ।
ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ଆର୍ଥôକ ସ୍ତରରେ ସୁଦୃଢ଼ କରିବା ଲାଗି ସରକାର ଯେଉଁ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି ଏହା ହେଉଛି ତାହାର ଏକ ଅଂଶ । ସୁଲଭ ମୂଲ୍ୟ ଦୋକାନଗୁଡ଼ିକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ର ମେରୁଦଣ୍ଡ ଭାବେ ବିଚାର କରାଯାଉଛି । ସେମାନଙ୍କୁ ବୀମା ଉତ୍ପାଦ ଓ ଆର୍ଥôକ ସେବା ଉତ୍ପାଦ ଆଦି ଯୋଗାଇବା ଅନୁମତି ପ୍ରଦାନ କରାଯିବ ବୋଲି ମଧ୍ୟ କୁହାଯାଉଛି ।




admin 