ସୋନିଆଙ୍କୁ ଭେଟିବେ କଂଗ୍ରେସର ଅସନ୍ତୁଷ୍ଟ ନେତା

ସୋନିଆଙ୍କୁ ଭେଟିବେ କଂଗ୍ରେସର ଅସନ୍ତୁଷ୍ଟ ନେତା

ସୋନିଆଙ୍କୁ ଭେଟିବେ କଂଗ୍ରେସର ଅସନ୍ତୁଷ୍ଟ ନେତା
ନୂଆଦିଲ୍ଲୀ: କଂଗ୍ରେସର ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ଦାବି କରି ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଗତ ଅଗଷ୍ଟରେ ଚିଠି ଲେଖିଥିବା କିଛି ଅସନ୍ତୁଷ୍ଟ ନେତା ଶେଷରେ ତାଙ୍କୁ ସାକ୍ଷାତ କରିବେ । ଆସନ୍ତା ଶନିବାର ଦିନ ଅସନ୍ତୁଷ୍ଟ ନେତାମାନେ ସୋନିଆଙ୍କ ସହ ଏକ ବୈଠକରେ ଯୋଗ ଦେବେ । ପୂର୍ବରୁ କଂଗ୍ରେସରେ ସାଂଗଠନିକ ପରିବର୍ତ୍ତନ ଦାବି କରି ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କ ପାଖକୁ ଚିଠି ଲେଖିଥିଲେ । ମାତ୍ର ୫ ରୁ ୬ ଜର ନେତା ବୈଠକରେ ଯୋଗ ଦେବେ । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏହି ବୈଠକର ଦାୟିତ୍ୱ ନେଇଥିବା ଜଣାପଡ଼ିଛି । ତେବେ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପି୍ରୟଙ୍କା ଗାନ୍ଧି ଭଦ୍ରା ଯୋଗ ଦେବେ କି ନାହିଁ ତାହା ଜଣାପଡ଼ିନାହିଁ । ଚିଠି ଲେଖିନଥିବା କିଛି ବରିଷ୍ଠ ନେତା ମଧ୍ୟ ଏହି ବୈଠକରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।