ସାଂସଦ ମନୋଜ ତିୱାରୀ କରୋନା ସଂକ୍ରମିତ

ସାଂସଦ ମନୋଜ ତିୱାରୀ କରୋନା ସଂକ୍ରମିତ

ସାଂସଦ ମନୋଜ ତିୱାରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ବିଜେପି ସାଂସଦ ମନୋଜ ତିୱାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ଆଜି ସମସ୍ତଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜାନୁଆରୀ ୨ ତାରିଖରୁ ଅସୁସ୍ଥ ଅନୁଭବ କରୁଥିଲି। ହାଲୁକା ଥଣ୍ଡା ଓ ଜ୍ୱର ଯୋଗୁ ଗତକାଲି ଉତ୍ତରାଖଣ୍ଡର ରୁଦ୍ରପୁରରେ ପ୍ରଚାର କରିବାକୁ ଯାଇ ପାରି ନଥିଲି। ଏବେ କରୋନା ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟପକ୍ଷରେ ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ଆରମ୍ଭ କରିଛି। ଦୈନିକ ସଂକ୍ରମଣ ସାଙ୍ଗକୁ ପଜିଟିଭିଟି ରେଟ ମଧ୍ୟ ବଢ଼ୁଛି। ଏହି କାରଣରୁ ଆଜି ଦିଲ୍ଲୀ ବିପର୍ୟ୍ୟୟ ପ୍ରଶମନ କମିଟି ଜରୁରିକାଳୀନ ବୈଠକ ଡାକିଛି।

ବର୍ତ୍ତମାନ ଦିଲ୍ଲୀରେ ପିଜିଟିଭିଟି ରେଟ୍ ୬.୫% ରହିଛି। ଯଦି ୨ ଦିନ ଧରି ପଜିଟିଭିଟି ରେଟ୍ ୫% ଉପରେ ରହିବ, ତା’ହେଲେ ଦିଲ୍ଲୀରେ ରେଡ୍ ଆଲର୍ଟ ଜାରି ହେବ। ଏହାର ଅର୍ଥ ସମସ୍ତ ପ୍ରକାରର କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ।