କାୟା ମେଲାଉଛି ଓମିକ୍ରନ୍‌, ଆଜି ସମୀକ୍ଷା କରିବେ ମଖ୍ୟମନ୍ତ୍ରୀ

କାୟା ମେଲାଉଛି ଓମିକ୍ରନ୍‌, ଆଜି ସମୀକ୍ଷା କରିବେ ମଖ୍ୟମନ୍ତ୍ରୀ

କାୟା ମେଲାଉଛି ଓମିକ୍ରନ୍‌, ଆଜି ସମୀକ୍ଷା କରିବେ ମଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ କାୟା ମେଲାଉଛି କରୋନା। ସଂକ୍ରମିତଙ୍କ ସଂଖ୍ୟା ପାଉଛି କାରନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାରୁ ଏହାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । ତେବେ ଆଜି  ଓଡିଶାରେ ୫୦୦ପାର୍ କରିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୬୮୦ କରୋନା ପଜିଟିକ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

 

ତେବେ ଗତ ୨୫ତାରିଖ ଠାରୁ କରୋନାର ଦୈନିକ ସଂକ୍ରମଣ ବଢୁଥିବାରୁ ସରକାର ଚିନ୍ତାରେ  । ଏଥିପାଇଁ ଆଜି ଅପରାହ୍ନ  ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସ୍ଥିତି ସମୀକ୍ଷା କରିବେ । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କୋଭିଡ୍ ସଂକ୍ରମଣ ମୁକାବିଲା ସଂପର୍କରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।   

ଏହି ବୈଠକରେ ତୃତୀୟ ଲହରର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇପାରେ ବୋଲି ଆଲୋଚନା ହେଉଛି । ରାଜ୍ୟରେ ଟେଷ୍ଟିଂକୁ ବଢାଇବା ସହ ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇପାରେ । ଏଥିସହ ଯେଉଁମାନେ ଏ ଯାଏ ଭ୍ୟାକ୍ସିନ ନେଇନାହାନ୍ତି, ସେମାନଙ୍କ ଭ୍ୟାକ୍ସିନେସନ ଉପରେ ଗୁରୁତ୍ୱାରୋପ କରାଯାଇପାରେ ବୋଲି ଆଲୋଚନା ହେଉଛି ।

ରାଜ୍ୟରେ ଦିନକୁ ଦିନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଇଏସଏଲରେ  କେବଳ ଜିନମ ସିକୁ୍ୟଏନ୍ସିଂ କରାଯାଉଛି । ଏଥିପାଇଁ ଅଧିକ ଦିନ ଲାଗୁଛି  । ତେଣୁ ଅନ୍ୟତ୍ର ମଧ୍ୟ କିପରି ଏହା କରାଯିବ, ସେଥି ନିମନ୍ତେ ଭିତ୍ତିଭୂମି ସଜାଡିବା ଉପରେ ଆଜି ବୈଠକରେ ଗୁରୁତ୍ୱ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି ।