ପୁଣି ଥରେଇବ ଶୀତ

ପୁଣି ଥରେଇବ ଶୀତ

ପୁଣି ଥରେଇବ ଶୀତ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଗତକିଛି ଦିନ ହେବ ରାଜ୍ୟରେ ଶୀତର ପ୍ରଭାବ କମ୍ ରହିଥିଲା । କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣିଥରେ ଶୀତ ଲହରି ଫେରିଛି  । ତାପମାତ୍ରାରେ ହ୍ରାସ ଘଟିଥବା ବେଳେ ଶୀତ ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡିର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି  । ଆସନ୍ତା ତିନି ଦିନ ଯାଏ କିଛି ସ୍ଥାନରେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଂ ତଳକୁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ରାଜ୍ୟର ଅଧିକାଶଂ ସହରର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳେ ରହିଥିବା ବେଳେ ଦାରିଙ୍ଗବାଡିରେ ୭.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେର୍କଡ କରାଯାଇଛି  । ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି ।  ଟିଟିଲାଗଡରେ ୯.୩, ଫୁଲବାଣୀରେ ୧୦, କୋରାପୁଟରେ ୧୦.୫ ଏବଂ କେନ୍ଦୁଝରରେ ୯.୫ଡିଗ୍ରୀ  ତାପମାତ୍ରା ରେର୍କଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି  ।  ଅନ୍ୟପଟେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଘନ କୁହୁଡିର ପ୍ରଭାବ ଦେଖିବାକୁ  ମିଳିଛି । ଉପକୂଳ ଓ ପଶ୍ଚିମ ଓଡିଶାରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।