ସପ୍ତାହକ ଆଗରୁ ମ୍ୟାଲେରିଆ ଆଶଙ୍କା ନେଇ ସତର୍କ କରାଇବ ପାଣିପାଗ ବିଭାଗ

ସପ୍ତାହକ ଆଗରୁ ମ୍ୟାଲେରିଆ ଆଶଙ୍କା ନେଇ ସତର୍କ କରାଇବ ପାଣିପାଗ ବିଭାଗ

ସପ୍ତାହକ ଆଗରୁ ମ୍ୟାଲେରିଆ ଆଶଙ୍କା ନେଇ ସତର୍କ କରାଇବ ପାଣିପାଗ ବିଭାଗ
ଭୁବନେଶ୍ୱର: ମ୍ୟାଲେରିଆ ନେଇ ପୂର୍ବାନୁମାନ କରିବ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । କେଉଁ ଜିଲ୍ଲାକୁ ମ୍ୟାଲେରିଆ ଆଶଙ୍କା ଅଛି, ତାର ସପ୍ତାହକ ଆଗରୁ ସତର୍କ କରାଇ ଦିଆଯିବ । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଏଭଳି ପୂର୍ବାନୁମାନ ଦେବ ଆଇଏମଡି । ଏହି ସୂଚନା ଦେଇଛନ୍ତି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର । ଶ୍ରୀ ମହାପାତ୍ରଙ୍କ କହିବାନୁଯାୟୀ ମ୍ୟାଲେରିଆ ବାହକ ମାଈ ଏନୋଫିଲିସ ମଶା । ଏହି ମଶା ସାଧାରଣତଃ ସ୍ୱଳ୍ପ ଶୀତ କିମ୍ବା ସ୍ୱଳ୍ପ ଖରା ସମୟରେ ବଂଶ ବିସ୍ତାର କରିଥାନ୍ତି । ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସରୁ ୩୯ ଡିଗ୍ରୀ ସେଲସିୟସ କିମ୍ବା ରାତି ତାପମାତ୍ରା ୧୪ ରୁ ୧୯ ଡିଗ୍ରୀ ମଧ୍ୟରେ ଥାଏ, ତାହା ମ୍ୟାଲେରିଆ ବାହକ ମଶା ବଂଶ ବିସ୍ତାରର ସମୟ । ତେଣୁ ଏଭଳି ତାପମାତ୍ରା ଯେଉଁ ଅଞ୍ଚଳରେ ହେବାକୁ ଥିବ, ସେ ନେଇ ଆଗୁଆ ପାଣିପାଗ ବିଭାଗ ସୂଚନା ଜାରି କରିବ । ବର୍ତ୍ତମାନ ପରୀକ୍ଷା ମୂଳକ ଭାବେ ଏହାକୁ ଆରମ୍ଭ କରାଯାଉଛି । ଆଇଏମଡିର ମୌସୁମୀ ଆପ କିମ୍ବା ୱେବସାଇଟର ସ୍ପେଶାଲ ଫୋରକାଷ୍ଟ ସ୍ତମ୍ଭରେ ହେଲଥ ମେଟ୍ରୋଲୋଜି ଖୋଲିଲେ ଏହି ସୂଚନା ମିଳିପାରିବ । ଏବେ ପ୍ରତି ଗୁରୁବାର ଏହାକୁ ଜାରି କରାଯିବ । ଏହି ଅତ୍ୟାଧୁନିକ ଜ୍ଞାନ କୌଶଳରୁ ଜାରି ହେଉଥିବା ପୂର୍ବାନୁମାନ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ମଧ୍ୟ ଆଲୋଚନା କରାଯାଇଛି ।