ସନ୍ନି ଦେଓଲଙ୍କୁ ‘ୱାଇ’ସୁରକ୍ଷା

ସନ୍ନି ଦେଓଲଙ୍କୁ ‘ୱାଇ’ସୁରକ୍ଷା

ସନ୍ନି ଦେଓଲଙ୍କୁ ‘ୱାଇ’ସୁରକ୍ଷା
ଚଣ୍ଡିଗଡ: କୃଷକ ଆନେ୍ଦାଳନ ସମ୍ପର୍କରେ ଅଦ୍ୟାବଧି ନିରବତା ଅବଲମ୍ବନ କରିଆସୁଥିବା ପଞ୍ଜାବର ଗୁରୁଦାସପୁର ଲୋକସଭା ସାଂସଦ ସନ୍ନି ଦେଓଲ ଏବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରି ବିବୃତି ଦେବା ପରେ ତାଙ୍କୁ ‘ୱାଇ’ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ୬୪ ବର୍ଷୀୟ ଅଭିନେତା ତଥା ବିଜେପି ସାଂସଦଙ୍କ ସୁରକ୍ଷାରେ ଦୁଇ କମାଣ୍ଡୋଙ୍କ ସହିତ ମୋଟ ୧୧ ଜଣ ପୁଲିସ ନିୟୋଜିତ ହେବେ । ନିକଟରେ ସନ୍ନି ଟ୍ୱିଟରରେ ଜଣାଇଥିଲେ ଯେ ସମସ୍ୟା କୃଷକ ଓ ସରକାରଙ୍କ ମଧ୍ୟ ରହିଛି, କିନ୍ତୁ କିଛି ଶକ୍ତି ଏହାକୁ ଜଟିଳ କରୁଛନ୍ତି ଏବଂ ଏଥିରୁ ଫାଇଦା ଉଠାଇବା ଉଦ୍ୟମ ଚଳାଇଛନ୍ତି । କେନ୍ଦ୍ର ସରକାର ସର୍ବଦା ଚାଷୀଙ୍କ ହିତ ଚାହାନ୍ତି । ସନ୍ନିଙ୍କ ଟ୍ୱିଟର ଜବାବ ଦେଇ ବାପା ୮୫ ବର୍ଷୀୟ ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଆନେ୍ଦାଳନରତ ଚାଷୀ ଭାଇଙ୍କ ଦୁର୍ଦ୍ଧଶା ଦେଖି ମି୍ରୟମାଣ । ସରକାର ତୁରନ୍ତ ଏହାର ସମାଧାନ କରିବା ଉଚିତ । ଧର୍ମେନ୍ଦ୍ର ୨୦୦୪ ଓ ୨୦୦୯ ରେ ରାଜସ୍ଥାନର ବିକାନେରରୁ ବିଜେପି ସାଂସଦ ହୋଇଥିଲେ । ଧର୍ମେନ୍ଦ୍ରଙ୍କ ପତ୍ନୀ ବିଜେପି ସାଂସଦ ହେମା ମାଳିନୀ ଏହି ପ୍ରସଙ୍ଗରେ ପାଟି ଖୋଲୁ ନାହାନ୍ତି ।