ସଂକ୍ରମଣରୁ ସୁରକ୍ଷା ଦେବ ଶାଢ଼ି

ସଂକ୍ରମଣରୁ ସୁରକ୍ଷା ଦେବ ଶାଢ଼ି

ସଂକ୍ରମଣରୁ ସୁରକ୍ଷା ଦେବ ଶାଢ଼ି
କରୋନା ମହାମାରୀ ଏହି ସମୟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ମଧ୍ୟପ୍ରଦେଶ ହସ୍ତତନ୍ତ ଓ ହସ୍ତକଳା ନିଗମ ପକ୍ଷରୁ ଏଥିପାଇଁ ଏକ ନିଆରା ଉଦ୍ୟମ କରାଯାଉଛି । ନିଗମ ପକ୍ଷରୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଶାଢ଼ି ପ୍ରସ୍ତୁତ ତରାଯାଇଛି । ଏହି ଶାଢ଼ି ପ୍ରସ୍ତୁତି ସମୟରେ ପ୍ରାକୃତିକ ଔଷଧ ଓ ଜଡ଼ିବୁଟିର ଉପଯୋଗ କରାଯାଉଛି । ଏଥିପାଇଁ ଲବଙ୍ଗ, ଅଳେଇଚ, ଗୋଲମରିଚ, କିଛି ଔଷଧୀୟ ଗୁଳ୍ମ ଏବଂ ଅନ୍ୟ ମସଲାର ମିଶ୍ରଣ ପ୍ରସ୍ତୁତ କରାଯାଏ । ତା’ପରେ ସେହି ପାଉଡ଼ର ବା ଗୁଣ୍ଡକୁ ସୂତା କପଡ଼ାରେ ପୋଟଳି ଆକାରରେ ବାନ୍ଧି ପ୍ରାୟ ୨ ଦିନ ପାଣିରେ ବୁଡ଼ାଇ ରଖାଯାଏ । ପରେ ସେହି ପାଣିକୁ ଗରମ କରାଯାଇଥାଏ । ତା’ର ବାମ୍ଫରେ ଶାଢ଼ି ପ୍ରସ୍ତୁତ ହେଉଥିବା କପଡ଼ାର ବହୁ ଘଣ୍ଟା ଧରି ସିଝାଯାଏ । ଉଦେ୍ଧଶ୍ୟ ହେଲା ଔଷଧର ଅର୍କ ଯେପରି କପଡ଼ାରେ ଭଲ ଭାବେ ଜଡ଼ିଯିବ । ଏହି ବାଷ୍ପୀକରଣ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଶାଢ଼ିରେ କୌଣସି ରୋଗ ଜୀବାଣୁ ସହଜରେ ତିଷ୍ଠିପାରନ୍ତି ନାହିଁ । ଏହି ଔଷଧୀୟ ଶାଢ଼ି ଦେହରେ ଲାଗି ରହିବା ଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସହାୟକ ହେବ ବୋଲି ନିଗମ ପକ୍ଷରୁ ଦାବି କରାଯାଇଛି । ଶାଢ଼ିର ଦାମ ୩-୫ ହଜାର ମଧ୍ୟରେ ରହିଛି । ବର୍ତ୍ତମାନ ଭୋପାଳ ଓ ଇନେ୍ଦାରରେ ଏହାର ବିକି୍ର ଆରମ୍ଭ ହୋଇଛି । ତେବେ ଏହା ଜୀବନସାରା ରୋଗ ଜୀବାଣୁକୁ ପ୍ରତିରୋଧ କରିପାରିବ ନାହିଁ । ୪-୫ ଥର ଧୁଆ ହେବା ଯାଏ ଶାଢ଼ିରେ ଏହି ଗୁଣ ରହିଥାଏ ।