ଅଭିନୟର ରାଣୀ ଦୀପିକା
ଅଭିନୟର ରାଣୀ ଦୀପିକା
admin
Dec 16, 2019 - 06:08
Updated: Dec 16, 2019 - 06:08
ଇତି ମଧ୍ୟରେ ଦୀପିକା ପାଦୁକୋନ ଅଭିନୀତ ‘ଛପାକ’ ଟ୍ରେଲର ମୁକ୍ତଲାଭ କରିଛି । ପୁରା ବିଶ୍ୱସ୍ତରରେ ଟ୍ରେଲରକୁ ନେଇ ଚର୍ଚ୍ଚା ଚାଲିଛି । ସମୀକ୍ଷକ ମହଲରେ ଦୀପିକା ହେଉଛନ୍ତି ଅଭିନୟର ରାଣୀ । ଏସିଡ଼ ପୀଡ଼ିତାଙ୍କ ସତ୍ୟ ଘଟଣା ଉପରେ ଗଢ଼ି ଉଠିଥିବା ଏଇ କାହାଣୀରେ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲର ମୁକ୍ତିଲାଭ ସମୟରେ ଗଣମାଧ୍ୟମ ସମ୍ମୁଖରେ ସେ କାନ୍ଦି ପକାଇଥିଲେ । କିଭଳି ଭାବେ ଆମ ସମାଜରେ ଯୁବତୀ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି, ତାହା ପ୍ରକାଶ କଲେ ମଧ୍ୟ ଆଖିରେ ଲୁହ ଆସିଯାଉଛି ବୋଲି ଦୀପିକା କହିଛନ୍ତି । ଏଇ ଚଳଚ୍ଚିତ୍ରର ସୁଟିଂ ସମୟରେ ଦୀପିକା କେତେ ଜଣ ଏସିଡ଼ ପୀଡ଼ିତାଙ୍କ ସହ ନିବିଡ ଭାବେ ମିଶିଥିଲେ । ଜଣେ ଯୁବତୀ ନିଜ ନାମକୁ ଗୋପନ ରଖିବାକୁ ଦୀପିକାଙ୍କୁ ଅନୁରୋଧ କରି କହିଥିଲେ ଆମ ଦେଶରେ ସୁନ୍ଦର ହେବା ଓ ଅସୁନ୍ଦରୀ ହେବା ଦୁଇଟି ପ୍ରସଙ୍ଗ ହେଉଛି ଅଭିଶାପ । ଏସିଡ ଆକ୍ରମଣ ପୂର୍ବରୁ ବନ୍ଧୁବାନ୍ଧବ, ସାଙ୍ଗସାଥୀ ପରିବାରର ଚର୍ଚ୍ଚା ହେଉଥିବା ଆମ ଝିଅର ସୌନ୍ଦର୍ଯ୍ୟ ପାଇଁ ଭଲ ବର ମିଳିବା ଥୟ । ପାଠପଢ଼ାରେ ତାଙ୍କର ଡୋରୀ ସେଥିପାଇଁ ବନ୍ଧା ହଲା । ପାଖଘରର ଜଣେ ଯୁବକ ଏକତରଫା ପ୍ରେମ କରି ତାଙ୍କ ଉପରେ ଏସିଡ ଫିଙ୍ଗିଲା । ଆଜି ସେ ଅସୁନ୍ଦରୀ । ଏବେ ତାହା ମଧ୍ୟ ମୁଖ୍ୟ ସମସ୍ୟା । ମେଘନା ଗୁଲଜାର ନିଦେ୍ର୍ଧଶିତ ‘ଛପାକ’ ଜାନୁଆରୀ ୨୦ରେ ମୁକ୍ତିଲାଭ କରିବାକୁ ଯାଉଛି ।